ଓଡ଼ିଶା 365 (ବ୍ୟୁରୋ) : ମଣିଷ ଶରୀରରେ କିଡନୀ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ଅଭ୍ୟନ୍ତରିଣ ଅଙ୍ଗ। ଯିଏ ଶରୀରର ଅନେକ କାମକୁ ପୁରା କରିଥାଏ । ସେଥିପାଇଁ ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ଆମେ ଯଦି କିଡନୀର ଯତ୍ନ ନନେବା ତାହେଲେ ଏହା ଦୁର୍ବଳ ହେବା ସହିତ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି । ତେଣୁ କିଡନୀକୁ ସୁସ୍ଥ ରଖିବା ପାଇଁ ନିୟମିତ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପ୍ରଚୁର ମାତ୍ରାରେ ପାଣି ପିଇବା ଆବଶ୍ୟକ। ଅଧିକମାତ୍ରାରେ ପାଣି ପିଇଲେ କିଡନୀରେ ସମସ୍ୟା ସୃଷ୍ଟି ହେବାର କମ୍ ସମ୍ଭାବନା ରହିଥାଏ ।
ଡାଳିମ୍ୱ ରସରେ ଅଧିକ ପରିମାଣରେ ପୋଟାସିୟମ ଥାଏ । ସେଥିପାଇଁ ଏହା କିଡନୀରେ ପଥୁରି ରୋଗ ଦୂର କରିବାରେ ସହାୟକ ହୋଇଥାଏ । କେବଳ ସେତିକି ନୁହେଁ, ଏହା କିଡନୀରେ ପଥୁରି ରୋଗ ହେବାକୁ ରୋକିଥାଏ । ତେଣୁ ପଥୁରି ରୋଗରୁ ମୁକ୍ତି ପାଇବା ଓ କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣ ପ୍ରତିଦିନ ତାଜା ଡାଳିମ୍ୱ ରସ ମଧ୍ୟ ପିଇ ପାରିବେ । ଖାଲି ସେତିକି ନୁହେଁ ବିଟ ରସରେ ମଧ୍ୟ ରହିଚି ପ୍ରଚୁର ପରିମାଣରେ ଭିଟାମିନ ଥାଏ । ଯାହାକି ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଥାଏ। ଏହାକୁ ସବୁଦିନ ପିଇଲେ କିଡନୀ ଡିଟକ୍ସ ହେବା ସହିତ ପଥୁରି ରୋଗ ହେବାର ଆଶଙ୍କା କମିଯାଏ ।