ଓଡ଼ିଶା 365(ବ୍ୟୁରୋ): ବିରୋଧୀ ନେତାଙ୍କ ଆପଲ୍ ଫୋନ ହ୍ୟାକ୍ କରାଯାଉଛି । ସେମାନଙ୍କ ତଥ୍ୟ ଜାଣିବା ପାଇଁ ବିରୋଧୀମାନେ ଫୋନ ହ୍ୟାକ୍ କରାଯାଉଥିବା ବିରୋଧୀ ନେତା ଅଭିଯୋଗ ଆଣିଛନ୍ତି । ସେମାନଙ୍କ ଫୋନକୁ କେନ୍ଦ୍ର ସରକାର ହ୍ୟାକ୍ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ସାଂସଦ ଶଶି ଥରୁର, ପୱନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚାର୍ତୁବେଦୀଙ୍କ ସମେତ ଆପର ଅନେକ ନେତା ଅଭିଯୋଗ ଆଣିଛନ୍ତି । ଏହି ନେତାମାନେ ଦାବି କରି କହିଛନ୍ତି, ନିଜେ ଆପଲ୍ କମ୍ପାନି ଏଭଳି ମ୍ୟାସେଜ ପଠାଇ ଫୋନ୍ ହ୍ୟାକି କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୂଚନା ଦେଇଛି। ଏହାର ସ୍କ୍ରିନ୍ ସଟକୁ ନେତାମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏହି ସତର୍କ ମେସେଜ ନେଇ ଆପଲ୍ ସ୍ପଷ୍ଟୀକରଣ ଦେଇ କହିଛି, ଏଭଳି ମେସେଜ କଂପାନି ଦେଇନାହିଁ । କିଛି ଆଲଗୋରିଦମ ତ୍ରୁଟି ଦ୍ୱାରା ଏଭଳି ଆଲର୍ଟ ମେସେଜ ଯାଉଛି। ତାହାର ତଦନ୍ତ କଂପାନି କରୁଛି ।
ଏହି ତ୍ରୁଟି ବିଷୟରେ ଶୀଘ୍ର ଏକ ବିସ୍ତୃତ ବିବରଣୀ ଜାରି କରାଯିବ। ଲୋକେ ଅଯଥାରେ କମ୍ପାନି ବିରୋଧରେ ଅପପ୍ରଚାର କରୁଛନ୍ତି। କଂପାନି ଏପରି ମେସେଜ ଦେଇନାହିଁ । ତେବେ ଏହାକୁ ନେଇ ବିଜେପି ଆପ୍ଲ ଫୋନରେ ଅଂଶିଦାର ଥିବା ଆମେରିକୀୟ ବ୍ୟବସାୟୀ ତଥା ମୋଦି ସରକାରଙ୍କ ସମାଲୋଚକ ଜର୍ଜ ସୋରସଙ୍କ ବିରୋଧରେ ବର୍ଷିଛି । ବିଜେପି ନେତା ଅମିତ ମାଳବ୍ୟ କହିଛନ୍ତି ଯେ ଭାରତରେ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ସୋରସଙ୍କ କଂପାନି ଏପରି କରୁଛି । ସେ ଏନେଇ ସୋସିଆଲ ମିଡିଆରେ ମତ ରଖିଛନ୍ତି । ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ଆଣିଥିଲେ ବିରୋଧୀ । ନିଜର ଅର୍ଥ ଓ ଶକ୍ତିକୁ ବ୍ୟବହାର କରି ସୋରସ ସାରା ବିଶ୍ୱରେ ବାମପନ୍ଥୀ ଚିନ୍ତାଧାରର ବ୍ୟବସାୟ ବଢ଼ାଇବାକୁ ଚାହୁଁଛନ୍ତି । ତାଙ୍କ କଂପାନିକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉନଥିବାରୁ ସେ ଭାରତରେ ମଧ୍ୟ କେନ୍ଦ୍ର ସରକାର ବିରୋଧରେ ମତ ରଖୁଛନ୍ତି । ତାଙ୍କର କିଛି ସମର୍ଥକ କଂପାନି ଏସବୁ କାମରେ ଲାଗିଥିବା ମାଲବ୍ୟ ଅଭିଯୋଗ କରିଛନ୍ତି । ଆମ ଦେଶର ଗଣତନ୍ତ୍ର ବିରୋଧରେ ସୋରସଙ୍କ କଂପାନି ସର୍ବଦା କାର୍ଯ୍ୟ କରୁଥିବା ସେ କହିଛନ୍ତି । ତେବେ ଏ ଦିଗରେ କେନ୍ଦ୍ର ସରକାର ମଧ୍ୟ ତଦନ୍ତ କରୁଛନ୍ତି । ଏବଂ ଏହାର ପ୍ରମାଣ କିଛି ଦିନ ମଧ୍ୟରେ ମିଳିପାରିବ ବୋଲି ସେ କହିଛନ୍ତି ।