ଓଡ଼ିଶା 365 (ବ୍ୟୁରୋ) : ଆପଣ ଦେଖିଥିବେ ଅନେକ ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇଥାନ୍ତି । ହେଲେ ଆପଣ ଜାଣନ୍ତିକି ମାତ୍ର ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ଉପୁଜିଥାଏ । ଅନେକ ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇବାର ଅଭ୍ୟାସ ରଖିଥାନ୍ତି । ମାତ୍ର ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ଉପୁଜିଥାଏ । ପ୍ରକୃତରେ ଖାଦ୍ୟ ଖାଇବା ପରେ ଶରୀରରେ ପାଚନ କ୍ରିୟା ଆରମ୍ଭ ହୋଇଯାଇଥାଏ ।
ଆପଣ ଖାଦ୍ୟ ସହିତ ପାଣି ପିଇବେ ସେହି ସମୟରେ ଆପଣଙ୍କ ପାଚନ ତନ୍ତ୍ରର ଶକ୍ତି କମଜୋର ହୋଇଯିବ । ଏହାସହିତ ଖାଦ୍ୟ ହଜମ ହେବାରେ ସମସ୍ୟା ଉପୁଚିବ । ଚିକିତ୍ସା ବିଜ୍ଞାନ ମୁତାବକ,ପାଚନ ପାଇଁ ପାଚନ କ୍ରିୟାରେ ଯେଉଁ ଅଗ୍ନି ଦାୟୀ ହୋଇଥାଏ, ତାହା ପାଣି ପିଇବା ଦ୍ୱାରା କମଜୋର ହୋଇଯାଇଥାଏ । ଯାହାଦ୍ୱାରା ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇଲେ ବ୍ଲଡ ସୁଗାର ମାତ୍ରା ବଢିଯାଇଥାଏ । ଏହାସହିତ ପେଟକୁ ଯାଉଥିବା ଭୋଜନ ମାତ୍ରାରେ ଚିନି ସ୍ତର ବଢିଯାଇଥାଏ । ଯାହାଫଳରେ ପେଟ ଗ୍ୟାସ୍ ହୋଇଯାଇଥାଏ ଏବଂ ପେଟ ଫୁଲିବାକୁ ଲାଗେ ।