ଓଡ଼ିଶା 365 (ବ୍ୟୁରୋ) : ପ୍ରତ୍ୟେକ ଶରୀରରେ ପୃଷ୍ଟିକର ତତ୍ବର ଅନେକ ଆବଶ୍ୟକତା ରହିଛି। ଭିଟାବିନ୍ ସି, ପ୍ରୋଟିନ, କାର୍ବୋହାଇଡ୍ରେଟ ଭଳି ପୋଷଣ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଏଥିପାଇଁ ପ୍ରଚୁର ପରିମାଣରେ ସବୁଜ ପନିପରିବା ଖାଇବାର ଆବଶ୍ୟକତା ରହିଛି। ସମାନ ଭାବରେ ଫଳ ମଧ୍ୟ ଶରୀର ପାଇଁ ଜରୁରୀ । ଯେପରିକି ଅଁଳା । ଯେଉଁଥିରେ ରହିଛି ଅନେକ ଔଷଧୀୟ ଗୁଣ ଔଷଧୀୟ ଗୁଣ। ଖବର ଅନୁସାରେ ଅଁଳାରେ ଭିଟାବିନ୍ ସି, ବିଟା କେରାଟିନ୍, ଗୌଲିକ୍ ଏସିଡ୍ ଓ ଭିଟାବିନ୍ ବି ଭରପୁର ରହିଥାଏ । ଯାହା ଇମ୍ୟୁନିଟି ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ସ୍କିନ ଏବଂ କେଶ ମଧ୍ୟକୁ ସୁସ୍ଥ ରଖିଥାଏ ଆଳାଁ ।
ସ୍କିନ ପାଇଁ ଲାଭଦାୟକ: ଅଁଳା ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନ୍ରେ ଭରପୁର ହୋଇଥିବାରୁ ଏହା ବ୍ଲଡ ପ୍ୟୁରିଫାଏ କରିବା ସହ ତ୍ୱଚାକୁ ଭଲ ରଖିଥାଏ। ତେଣୁ ସବୁଦିନ ଅଁଳା ଖାଇବା ଦ୍ବାରା ସ୍କିନରେ ଚମକ ଆସିଥାଏ । ମୋଟା ଥିବା ଲୋକ ପାଇଁ ଅଁଳା ଜୁସ୍ ବହୁତ ଭଲ ହୋଇଥାଏ। କାରଣ ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ । ଅଁଳା ସବୁଦିନ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ରହିବା ସହ ଡାଇବେଟିସ୍ ଭଳି ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । କ୍ୟାନ୍ସର, ହାର୍ଟ ରୋଗ ଭଳି ଗମ୍ଭୀର ରୋଗ ପାଇଁ ମଧ୍ୟ ଉପକାରୀ ହୋଇଥାଏ ଅଳାଁ ।