ଓଡ଼ିଶା 365 (ବ୍ୟୁରୋ) : ମିଶ୍ରି ପାଟିକୁ ଖାଲି ମିଶାଲାଗିଥାଏ ତାହା ନୁହେଁ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ ଯେତିକି ମିଠା, ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ମିଶ୍ରି ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ମିଶ୍ରିକୁ ପଥର ଚିନି ମଧ୍ୟ କୁହାଯାଏ। ଆୟୁର୍ବେଦରେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। ମିଶ୍ରିକୁ ପ୍ରସ୍ତୁତ କରିବା ପାଇଁ ଆଖୁ କିମ୍ବା ଖଜୁରୀ ରସକୁ ବ୍ୟବହାର କରାଯାଏ । ମିଶ୍ରିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି। ତେଣୁ ଏହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ । ମିଶ୍ରିକୁ ଆମେ ଅନେକ ଉପାୟରେ ବ୍ୟବହାର କରୁ। ଏହା ଅନେକ ପ୍ରକାରର ମିଠା ଖାଦ୍ୟରେ ମଧ୍ୟ ବ୍ୟବହୃତ ହୁଏ ।
ପାଟି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ପାନମଧୂରୀ ଏବଂ ମିଶ୍ରିକୁ ମିଶାଇ ଖିଆଯାଏ । ତେବେ ଆସନ୍ତୁ ଜାଣିବା ମିଶ୍ରିର କେତେକ ଉପକାରୀ ଗୁଣ ବିଷୟରେ ।ଖାଲି ସେତିକି ନୁହେଁ ଶୀତଦିନେ ଅନେକ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ସବୁ ଥଣ୍ଡାଜନିତ ରୋଗରୁ ଉପଶମ ପାଇବା ପାଇଁ ମିଶ୍ରି ଗୁଣ୍ଡକୁ ଗୋଲମରିଚ ଗୁଣ୍ଡ ଓ ଘିଅ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ରାତି ସମୟରେ ଖାଆନ୍ତୁ। ଏହାଦ୍ୱାରା ଥଣ୍ଡା କାଶରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଶୁଖିଲା କାଶରୁ ମୁକ୍ତି ପାଇବା ପାଇଁ ମିଶ୍ରି ଦାନାକୁ ପାଟିରେ ରଖି ଧିରେ ଧିରେ ଚୋବାନ୍ତୁ ଦେଖିବେ କିଛି ସମୟ ପରେ ଆରାମ ପାଇବେ ।