ଓଡ଼ିଶା 365 (ବ୍ୟୁରୋ): ଜଟଣୀରେ ଘରେ ପଶି ନାବାଳକକୁ ହତ୍ୟା ଘଟଣାରେ ଆଜି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ ସହ ଜଣେ ଅଭିଯୁକ୍ତକୁ ଅଟକ ରଖି ପଟରାଉଚରା କରୁଛି ଜଟଣୀ ପୋଲିସ । ଅଭିଯୁକ୍ତ ଜଣକ ନାବାଳକକହ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ସୂଚନା ଦେଇଛନ୍ତି ଡିସିପି ।
ଗତକାଲି ବେଣାପଞ୍ଜରୀ ଗାଁରେ ଘରେ ପସି ଜଣେ ନାବାଳକକୁ ଛୁରାମାଡ ହୋଇଥିଲା । ମୃତ ଛାତ୍ର ଜଣକ ଶୁଭମ୍ ସ୍ବରୂପ ପାଲଟାସିଂ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଶୁଭମ୍ ଘରେ ଏକ ରୁମ୍ ରେ ଏକାକୀ ପଢୁଥିଲା । ବାପା , ମାଆ ଓ ଭଉଣୀ ଉପର ମହଲାରେ ଥିଲେ। ଠିକ୍ ଏତିକି ବେଳେ ଜଣେ ଯୁବକ ଆସି ଶୁଭମର ପେଟରେ ଛୁରାମାଡ କରିବା ସହ ବେକ କାଟି ଦେଇଥିଲା । ପରେ ଶୁଭମର ଚିତ୍କାର ଶୁଣି ଘର ଲୋକ ଦୌଡି ଆସିଥିଲେ । ସେତେବେଳେ ଜଣେ ଯୁବକ ଘରୁ ଦୌଡି ପଳାଉଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକ । ଘର ଭିତରୁ ଉଦ୍ଧାର ହୋଇଥିଲା ଶୁଭମ୍ ର ରକ୍ତ ଜୁଡୁବୁଡୁ ମୃତଦେହ । ପରେ ଗୁରୁତର ଅବସ୍ଥାରେ ଶୁଭମ୍ କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ପୋଲିସ ତଦନ୍ତ ଜାରି ରଖିଥିଲା ।