ଓଡ଼ିଶ 365 (ବ୍ୟୁରୋ): ଆଜି କାର୍ତ୍ତିକ ମାସ ପଞ୍ଚମୀ ତିଥି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ। କାର୍ତ୍ତିକ ମାସର ସ୍ୱତନ୍ତ୍ର ନୀତି ସହ ବାଳଭୋଗ ଶ୍ରୀମନ୍ଦିରରେ କରାଯାଉଛି l ଏଥିପାଇଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗିରହିଛି। ଏଣୁ ହଜାର ହଜାର ସଂଖ୍ୟାରେ ହବିଷ୍ୟାଳିମାନେ ବ୍ରତ ପାଳନ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।
ଏପଟେ ମାସେ ଧରି ହବିଷ ବ୍ରତ ପାଳନ କରିବେ ହବିଷ୍ୟାଳୀ। ପଞ୍ଚପୁଷ୍କରିଣୀ ନିକଟରେ ସଂକଳ୍ପ କରି ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ସେବନ ଓ ପୁରାଣ ପାଠ କରୁଛନ୍ତି। ରାଜ୍ୟସରକାରଙ୍କ ହବିଷ୍ୟାଳୀ ଯୋଜନାରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ବ୍ରତ ଧାରିଣୀ ହବିଷ୍ୟାଳି ଶିବିରରେ ରହି ହବିଷ ବ୍ରତ କରୁଥିବା ବେଳେ ଶ୍ରୀକ୍ଷେତ୍ର ର ବିଭିନ୍ନ ମଠ ବାଡ଼ି ଓ ଧର୍ମଶାଳାରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ବ୍ରତ ଧାରୀମlନେ ମହା କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି।