ଓଡ଼ିଶା 365 (ବ୍ୟୁରୋ): ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି। ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଏବଂ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ । ଦଳର ସଭାପତି ନବୀନ ପଟ୍ଟନାୟକ ଉଭୟ ନେତାଙ୍କୁ ପର୍ଯ୍ୟବେପକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି । ଏନେଇ ଦଳ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି ।
ତେବେ ବାଚସ୍ପତି ଭାବେ ପ୍ରମିଳା ଶପଥ ନେବା ପରେ ପ୍ରତାପଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି ଦଳ । ନୂଆ ଦାୟିତ୍ୱ ପାଇବା ପରେ ସଞ୍ଜୟ କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି, ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି। ଏବେ ଯେଉଁ ଦାୟିତ୍ଵ ମିଳିଛି ତାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି। ମୋ ଉପରେ ଭରସା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ କୃତଜ୍ଞ।