ଓଡ଼ିଶା 365 (ବ୍ୟୁରୋ) : ଦାନ୍ତ ବିନ୍ଧା ଯେତେ ବି ପୁରୁଣା ହେଉନା କାହିଁକି ଥରେ ମାତ୍ର ବ୍ୟବହାର କରିବା ଦ୍ୱାରା ତୁରନ୍ତ ଦାନ୍ତ ବିନ୍ଧା ସମସ୍ୟା ଦୂର ହୋଇଯିବ । ତେବେ ଜାଣନ୍ତୁ ଏହା କଣ ? ଦାନ୍ତ ବିନ୍ଧା ହେଉକି ପୋକ ଲାଗିବା ବା ପାଇରିୟା ଭଳି ସମସ୍ୟା ଦୂର ହୋଇଥାଏ । ହଁ ଆଜ୍ଞା ପିଜୁଳି ପତ୍ର ଯାହା ଆପଣଙ୍କୁ ଘର ବାଡି ରୁ ସହଜରେ ମିଳିଯିବ । ପିଜୁଳି ପତ୍ର ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ ଏହା ତ ଆପଣ ମାନେ ଜାଣିଥିବେ । ଏହା ସହ ପିଜୁଳି ପତ୍ରରେ ଅନେକ ପ୍ରକାରର ଭିଟାମିନ ମିଳିଥାଏ ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଓଜନ କମିବା, ଜଏଣ୍ଟ ପେନ, କଫ ଭଳି ସମସ୍ୟା ଦୂର କରିବା ପାଇଁ ଏହା ସହାୟକ ହୋଇଥାଏ ।
ପ୍ରଥମେ ଆପଣ କିଛି ପିଜୁଳି ପତ୍ର ଆଣି ପାଣିରେ ଭିଯାଇ ଦିଅନ୍ତୁ । ଏହା ପରେ ଆପଣ ପିଜୁଳି ପତ୍ର ର ରସ ବାହାର କରନ୍ତୁ । ପରେ ତୁଳା ସାହାଯ୍ୟରେ ବୁଡାଇ ଚିମୁଟାଏ ମାତ୍ର ହଳଦୀ ନିଅନ୍ତୁ ଆଉ ତୁଳାକୁ ହଳଦିରେ ମିଶାନ୍ତୁ । ତୁଳାରେ ଭଲ ଭାବେ ହଳଦୀ ଓ ପିଜୁଳି ପତ୍ରର ରସ ମିଶ୍ରଣ ହେବା ପରେ ଅଧ ଘଣ୍ଟା ଯାଏଁ ଦାନ୍ତ ମଝିରେ ଲଗାଇ ରଖନ୍ତୁ । ଦେଖିବେ ଦାନ୍ତ ବିନ୍ଧା ଏବଂ ପାଇରିୟା ଭଳି ସମସ୍ୟାର ସମାଧାନ ହୋଇଥାଏ । ତେବେ ଧ୍ୟାନ ରଖିବେ ଏଥିରେ ୩ରୁ ୪ଟି ଲବଙ୍ଗ ପକାଇବାକୁ ଭୁଲିବେ ନାହିଁ ।