ଓଡ଼ିଶା 365 (ବ୍ୟୁରୋ): ଦୀର୍ଘ ୩୨ ବର୍ଷ ପରେ ଏକାଠି ନଜର ଆସିବାକୁ ଯାଉଛନ୍ତି ଦୁଇ ମହାନାୟକ । ପୁଣି ଥରେ ବଡ଼ ପରଦାରେ ଧମାଲ କରିବେ । ଏହି ଖବର ପ୍ରସାରିତ ହେବା ପରେ ଦର୍ଶକଙ୍କ ଖୁସି କହିଲେ ନସରେ । ଦୁଇ ମହାନାୟକ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିବେ । ସେ ଆୁ କେହି ନୁହଁନ୍ତି ସେ ହେଉଛନ୍ତି, ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ । ଏହି ଦୁଇଜଣ ଏକାଠି ଫିଲ୍ମ ‘ଥଲାଇବର ୧୭୦’ରେ ନଜର ଆସିବାକୁ ଯାଉଛନ୍ତି । ଯାହାର ପୋଷ୍ଟର ଦର୍ଶକ ମାନଙ୍କ ମନ କିଣି ନେଇଛି । ସୂଚନା ମୁତାବକ, ଏହି ଫିଲ୍ମରେ ନୁଇ ସୁପରଷ୍ଟାରଙ୍କ ବ୍ୟତୀତ ତେଲୁଗୁ ଷ୍ଟାର ରାଣା ଡଗୁବତୀ ଏବଂ ମାଲାୟଲାମ ଷ୍ଟାର ଫହାଦ ଫାସିଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହାସହ, ପୂର୍ବରୁ ୧୯୮୩ ମସିହାର ହିନ୍ଦୀ ଫିଲ୍ମ ‘ଅନ୍ଧା କାନୁନ୍’ରେ ରଜନୀକାନ୍ତ ଓ ଅମିତାଭ ବଚ୍ଚନ ଏକାଠି ନଜର ଆସିଥିଲେ । ଯାହା ଦର୍ଶକ ମାନଙ୍କ ମନ କିଣି ନେଇଥିଲା ।
ସେପଟେ, ଲାଇକା ପ୍ରଡକସନ୍ସ ଏହି ପୋଷ୍ଟରରେ ଲେଖିଛି ଯେ, ଭାରତୀୟ ସିନେମାର ଶାହନଶାହ ଅମିତାଭ ବଚ୍ଚନଙ୍କୁ ‘ଥଲାଇବର ୧୭୦’କୁ ସ୍ବାଗତ । ସେହିପରି ଫହଦଙ୍କ ପୋଷ୍ଟର ରିଲିଜ କରି ଲେଖାଯାଇଛି ଯେ, ବହୁତ ଟ୍ୟାଲେଣ୍ଟେଡ ଏବଂ ଭର୍ସାଟାଇଲ ଅଭିନେତା ଫହଦ ଫାସିଲଙ୍କୁ ମଧ୍ୟ ସ୍ବାଗତ । ଅନ୍ୟପଟେ ରାଣା ଡଗୁବାତୀଙ୍କ ଫଟୋରେ ଲେଖାଯାଇଛି ଯେ, ଡେପର ଏବଂ ସୁପରକୁଲ୍ ଟ୍ୟାଲେଣ୍ଟେଡ ରାଣା ଡଗୁବାତୀଙ୍କୁ ୱେଲକମ୍ ।