ଓଡ଼ିଶା 365 (ବ୍ୟୁରୋ): ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ପୂର୍ବ ନୁସା ତେଂଗାରା ପ୍ରଦେଶରେ ୬.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି । ଇଣ୍ଡୋନେସିଆର ଭୂତତ୍ତ୍ୱ ଏଜେନ୍ସି ଭୂକମ୍ପର ତ୍ରୀବ୍ରତା ୬.୩ ରେ ରେକର୍ଡ କରିଛି । ଇଣ୍ଡୋନେସିଆରେ ଭୂକମ୍ପ ହେତୁ ସାଧାରଣତଃ ସୁନାମି ହେବାର ଆଶଙ୍କା ରହିଥାଏ, କିନ୍ତୁ ଏଜେନ୍ସି ଏଭଳି ଚେତାବନୀ ଦେଇନଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଉପକୂଳଠାରୁ ୨୫ କିଲୋମିଟର ଗଭୀରରେ ଏବଂ ପୂର୍ବ ନଃ ସା ତେଙ୍ଗଗାର ପ୍ରଦେଶର ରାଜଧାନୀ କୁପାଙ୍ଗଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିଲା।
ଯଦିଓ ପ୍ରଦେଶର ଅନେକ ସହରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି, ତଥାପି କ୍ଷୟକ୍ଷତିର ଖବର ନାହିଁ। ତେବେ ଯେତେବେଳେ ଭୂକମ୍ପ ଅନୁଭୂତ ହେଲା, କୁପଙ୍ଗର ଆଷ୍ଟନ୍ ହୋଟେଲରେ ଲୋକମାନେ ଭୟଭୀତ ହୋଇ ପ୍ରାୟ ୧୦୦ ଲୋକ ନିଜ କୋଠରୀ ଛାଡି ହୋଟେଲ ସମ୍ମୁଖରେ ଏକାଠି ହୋଇଥିଲେ। ହୋଟେଲରେ କୌଣସି କ୍ଷୟକ୍ଷତି ହୋଇନଥିଲା ଏବଂ ପରେ ଅଧିକାଂଶ ଲୋକ ନିଜ କୋଠରୀକୁ ଫେରିଥିଲେ । ବିଏମକେଜିର ଭୂକମ୍ପ ଏବଂ ସୁନାମି କେନ୍ଦ୍ରର ମୁଖ୍ୟ ଡାରିଓନୋ କୁପଙ୍ଗର ଆଞ୍ଚଳିକ ମୁଖ୍ୟଙ୍କ କାର୍ୟ୍ୟାଳୟରେ ସାମାନ୍ୟ କ୍ଷୟକ୍ଷତି ସମ୍ପର୍କରେ ସୂଚନା ପାଇଥିଲେ।