ଓଡ଼ିଶା 365(ବ୍ୟୁରୋ) : ଆପଣ ଜାଣନ୍ତିକି କେଶର ଏକ ମହଙ୍ଗା ମସଲା । ଏହା ଯେତିକି ମହଙ୍ଗା ଆଉ ସେତିକି ଶରୀର ପାଇଁ ଲାଭଦାୟକ ମଧ୍ୟ । ଏହାକୁ ଖାଇବାର ଅନେକ ଉପାୟ ରହିଛି । ଆପଣ ଏହାକୁ ଗିରମ କ୍ଷୀରରେ, ଡ୍ରାଏଫୁଡରେ, କ୍ଷୀରିରେପକାଇ ଖାଇପାରିବେ । ଖାଲି ସେତିକି ନୁହେଁ କେଶର, ମହୁ, କଳା ତୁଳସି ମଧ୍ୟ ମିଶାଇ ଖାଇପାରିବେ । ଏହା ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ହୋଇଥାଏ । ତେବେ ଆପଣ ଜାଣନ୍ତି କି କେଶର ଶରୀରକୁ କେଉଁ ପ୍ରକାରର ଫାଇଦା ଦେଇଥାଏ ? ତେବେ ଜାଣିରଖନ୍ତୁ କେଶରରେ ରହିଛି ପ୍ରାୟ ୧୫୦ ରୁ ଅଧିକ ଔଷଧୀୟ ଗୁଣ । ଯାହା କାଶ, ଥଣ୍ଡା, ଜ୍ୱର ଭଳି ଅନେକ ରୋଗରୁ ମୁକ୍ତି ଦେଇଥାଏ । ଖାଲି ସେତିକି ନୁହେଁ, ଅନେକ ସମୟରେ କାମର ପ୍ରଭାବରୁ ଥକ୍କାପଣ ଦେଖାଦେଇଥାଏ ଭଲ ନିଦ ମଧ୍ୟ ହୋଇନଥାଏ । ଏହି ସମସ୍ୟା ଦୂର ପାଇଁ ଉଷୁମ କ୍ଷୀରରେ କେଶର ମିଶାଇ ପିଇବା ଦ୍ୱାରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
କେଶରରେ ରହିଛି ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍ଫ୍ଲା ମେଟୋରୀ ଗୁଣ । ଯାହା ଖାଦ୍ୟକୁ ହଜମ କରାଇବାରେ ଗୁରୁତ୍ୱ ବହନ କରିଥାଏ । ଏହାଛଡ଼ା କେଶର ତ୍ୱଚା ଓ ଚର୍ମର ଚମକ ବଢ଼ାଇବାରେ ସହାୟକ ହୋଇଥାଏ । କେଶର, କ୍ଷୀର ଏବଂ ଚନ୍ଦନକୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଭଲ ଭାବରେ ଲଗାନ୍ତୁ ଏବଂ ୧୦-୧୫ ମିନିଟ୍ ପର୍ୟ୍ୟନ୍ତ ଏହାକୁ ଲଗାଇ ରଖନ୍ତୁ। ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ । କେଶର ମିଶ୍ରିତ କ୍ଷୀରର ସେବନ କରିବା ଦ୍ୱାରା ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ମନ ପ୍ରଫୁଲ୍ଲ ରହିଥାଏ ବୋଲି କୁହାଯାଏ । ଖାଲିସେତିକି ନୁହେଁ ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ କେଶର ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କେଶର ଗଛର ପତ୍ରକୁ ପେଷି ଏହାକୁ ଆଣ୍ଠୁଗଣ୍ଠିରେ ଲଗାଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।