ଓଡ଼ିଶା 365(ବ୍ୟୁରୋ) : ବୟସ ବଢ଼ିବା ସହିତ ମଣିଷ ଶରୀରରେ ଦେଖାଦେଇଥାଏ ଅନେକ ପରିବର୍ତ୍ତନ । ମୁଖ୍ୟତଃ ଏହି ପରିବର୍ତ୍ତନ ୬୦ ରୁ ୬୫ ବର୍ଷରୁ ହିଁ ଆରମ୍ଭ ହୋଇଥାଏ । ଆପଣ କହିପାରନ୍ତି ଆଜିର ସମୟରେ ରାତିରେ ନିଦ ନହେବା ଏକ ସ୍ୱଭାବିକ କଥା । କିନ୍ତୁ, ମୁଖ୍ୟତଃ ଉକ୍ତ ବୟସରେ ଖାସ୍ କରି ପରିଣତ ବୟସରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଯେମିତି କି ନିଦ ନହେବା । ହେଲେ କାହିଁକି ଏମିତି ହୋଇଥାଏ ତାହା ଆପଣ ଜାଣନ୍ତି କି ? ଜଦି ଜାଣି ନାହାଁନ୍ତି ତେବେ ଜାଣିରଖନ୍ତୁ । ବୃଦ୍ଧାବସ୍ଥାରେ ଅନେକ ରୋଗ ଘେରିଥାଏ । ଯାହା ଫଳରେ ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ପଡିଥାଏ । ଆଉ ଏହି ଔଷଧର କିଛି ପାର୍ଶ୍ୱପ୍ରତିକ୍ରିୟା ଶରୀର ଉପରେ ପଡିଥାଏ । ଯାହା ଫଳରେ ନିଦ ନହେବା ଏକ ମୁଖ୍ୟ କାରଣ ହୋଇପାରେ । ଆପଣ କି ଆପଣଙ୍କ ଆଖପାଖରେ କେହି ଏପରି ସମସ୍ୟା ଭୋଗୁଛନ୍ତି ତେବ ଡାକ୍ତରଙ୍କ ପରାମର୍ଶ ନିଶ୍ଚିନ୍ତ ନିଅନ୍ତୁ । ଖାଲି ସେତିକି ନୁହେଁ ବୃଦ୍ଧାବସ୍ଥାରେ ସଜ୍ଞାନାତ୍ମକ କ୍ଷମତା କମ୍ ହୋଇଯାଇଥାଏ । ଯାହା ଫଳରେ ସେମାନଙ୍କ ଉପରେ ଭାବନାତ୍ମକ ଚାପ ମଧ୍ୟ ପଡିଥାଏ । ଯାହା ନିଦ ନହେବାର ଏକ କାରଣ ।
ବୃଦ୍ଧାବସ୍ଥାରେ ପ୍ରାୟ ସମସ୍ତେ ବାହାରକୁ ଯିବା କମ୍ କରିଦିଅନ୍ତି । ଯାହା ଫଳରେ ସେମାନଙ୍କ ଉପରେ ସୂର୍ଯ୍ୟଙ୍କ କିରଣ ପଡିନଥାଏ । ଏହା ପରେ ଉପରେ ରୋକ୍ ଲାଗିଯାଏ । ଆଉ ରାତିରେ ଉଡିଯାଏ ଆଖିରୁ ନିଦ । ଖାଇବା ପିଇବାରେ ସନ୍ତୁଳନ ନରହିବା ଖାଛାତିରେ ଜଳାପୋଡା କିମ୍ବା ଏସିଡିଟି ହେଲେ ବୃଦ୍ଧାବସ୍ଥାରେ ଆଖିରୁ ନିଦ ଉଡିଯାଏ । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ସଂଧ୍ୟା ପରେ ଖାଦ୍ୟ ନଖାଇବା ଉଚିତ୍ । ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ନିଜର ନିତ୍ୟକର୍ମ ସବୁ ସାରି ଦେବା ସହିତ ଅଧଘଣ୍ଟା ସକାଳ ସୂର୍ଯ୍ୟ କିରଣରେ ଚାଲିବାର ଆବଶ୍ୟକତା ରହିଛି । ସବୁଠାରୁ ବଡ଼ କଥା ସକାଳୁ ଖାଲିପେଟରେ ନରହି କିଛି ହାଲୁକା, ଉଷୁମ ଖାଦ୍ୟ ଖାଇପାରିବେ । ଯେମିତି କି ସୁଜି, ସିମେଇ, ଉପମା, ମାଣ୍ଡିଆ ସୁଜି ଖାଇପାରିବେ । ଯାହାଫଳରେ ଶରୀରକୁ ଫୁର୍ତ୍ତି ମିଳିଥାଏ । ସେହିପରି ଦ୍ୱିପହର ଖାଇବା ୧ଟାରୁ ୨.୩୦ ମଧ୍ୟରେ ଖାଇପାରିବେ । ସେହିପରି ସସନ୍ଧ୍ୟା ୭ଟା ରୁ ୭.୩୦ ମଧ୍ୟରେ ରାତ୍ରି ଭୋଜନ ସାରି ୧୫ ମିନିଟ ଚାଲନ୍ତୁ । ଏମିତି କରିବା ୨ ସପ୍ତାହ ମଧ୍ୟରେ ଆପଣ ପରିବର୍ତ୍ତନ ଦେଖିପାରିବେ ।