ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ଦହି ଶରୀର ପାଇଁ ବହୁ ଲାଭଦାୟକ । ଏହା ଭିଟାମିନ୍ସ ଏବଂ ମିନେରାଲ୍ସରେ ଭରପୁର ଥାଏ । ଅନେକ ଲୋକ ଏହାକୁ ଖାଇବାକୁ ବେଶ ଭଲପାଆନ୍ତି । ଆଉ କେହିକେହି ଦହି ଖାଇବାକୁ ନାପସନ୍ଦ ମଧ୍ୟ କରିଥାନ୍ତି । ଶରୀର ପାଇଁ ଆବଶ୍ୟକ ଅନେକ ପୋଷକ ତତ୍ତ୍ୱ ଦହିରେ ଭରପୁର ମାତ୍ରାରେ ରହିଥାଏ । ତଥାପି ପ୍ରତିଦିନ ଦହି ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଜାଣନ୍ତୁ କିପରି ? ବିଶେଷଜ୍ଞଙ୍କ କହିବା ଅନୁସାରେ ଶରୀର ସୁସ୍ଥ ଅଛି ଏବଂ ଆପଣ ସୀମିତ ପରିମାଣରେ ଦହି ଖାଉଛନ୍ତି ତେବେ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହିବ ନାହିଁ, କିନ୍ତୁ ଯଦି ଆପଣ ରାତିରେ ଦହି ଖାଆନ୍ତି । ତେବେ ଏହା ଦ୍ୱାରା କଫ ସୃଷ୍ଟି ହୁଏ ।
ଦହିରୁ କେଉଁ କେଉଁ ତତ୍ତ୍ୱ ମିଳେ ଯାହା ଶରୀର ପାଇଁ ଲାଭଦାୟକ ? ଦହିରୁ ପ୍ରୋଟିନ୍ ମିଳିଥାଏଶରୀରର କୋଷ ଗୁଡ଼ିକ ବଢିବା ପାଇଁ ଆମିନୋ ଏସିଡ୍ ଆବଶ୍ୟକ ହୋଇଥାଏ । ଯାହା ପ୍ରୋଟିନ୍ ଠାରୁ ମିଳିଥାଏ । ମାଂସପେଶୀ, ଚର୍ମ, କେଶ, ନଖ ସବୁ ପ୍ରୋଟିନରେ ତିଆରି । ଏପରି ପରିସ୍ଥିତିରେ ଯଦି ଶରୀରକୁ ପ୍ରତିଦିନ ପ୍ରୋଟିନ୍ ଯୋଗାଇବାକୁ ପଡେ, ତେବେ ଦହି ହେଉଛି ସର୍ବୋତ୍ତମ ଉତ୍ସ । (ୟୁ.ଏସ୍.ଡି.ଏ) ଅନୁଯାୟୀ, ୧୦୦ ଗ୍ରାମ ଦହି ଖାଇବା ଦ୍ବାରା ୧୧.୧ ଗ୍ରାମ ପ୍ରୋଟିନ୍ ମିଳିଥାଏ । ପ୍ରୋବାୟୋଟିକ୍ସ ଅନ୍ତଃନଳୀରେ ଅନେକ ଜୀବାଣୁ ରହିଥାନ୍ତି । ଯାହା ହଜମ ଏବଂ ପୋଷଣରେ ସାହାଯ୍ୟ କରିଥାଏ । ତେବେ ଏମାନଙ୍କ ସଂଖ୍ୟା ବଜାୟ ରଖିବାରେ ଦହି ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍, ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ ।
କ୍ୟାଲସିୟମ୍ ଶରୀରର ହାଡ ପାଇଁ କ୍ୟାଲସିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର ଅଭାବ ହେତୁ ହାଡ ଦୁର୍ବଳ ହୋଇଯାଏ । ଏପରି ପରିସ୍ଥିତିରେ ଦହି ଖାଇବା ଦ୍ୱାରା ହାଡରେ କ୍ୟାଲସିୟମର ଅଭାବ ପୂରା ହୋଇଥାଏ । ଦହିରେ ଉପଯୁକ୍ତ ପରିମାଣର କ୍ୟାଲସିୟମ ମିଳିଥାଏ । ଖାଲି ସେତିକି ନୁହେଁ ଶରୀରରେ ସ୍ନାୟୁ, ମସ୍ତିଷ୍କ ଏବଂ ରକ୍ତ ପାଇଁ ଭିଟାମିନ୍ ବି୧୨ ଅତ୍ୟନ୍ତ ଜରୁରୀ । ଏହି ଭିଟାମିନ୍ ବହୁତ କମ୍ ଖାଦ୍ୟରେ ମିଳିଥାଏ । ଆଜିକାଲି ଲୋକଙ୍କ ମଧ୍ୟରେ ଏହାର ଅଭାବ ଅଧିକ ଦେଖିବାକୁ ମିଳିଛି । କ୍ଷୀରରୁ ଦହି ତିଆରି ହୋଇଥିବାରୁ ଏଥିରୁ ଅଳ୍ପ ପରିମାଣର ଭିଟାମିନ୍ ବି୧୨ ମିଳିଥାଏ ।