ଓଡ଼ିଶା 365 (ବ୍ୟୁରୋ): ଆଇଏଫଏସ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଇଏଏଫ ସୁଶାନ୍ତ ନନ୍ଦଙ୍କୁ ଅତିରିକ୍ତ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦାୟିତ୍ୱ ଦେଇଛନ୍ତି ସରକାର। ନିଜ ଦାୟିତ୍ବ ସହ ପିସିସିଏଫ- ୱାଇଲ୍ ଡ ଲାଇଫ ଦାୟିତ୍ବ ତୁଲାଇବେ ସୁଶାନ୍ତ ।
ସେହିପରି ଆଇଏଫଏସ ମନୋଜ ନାୟାରଙ୍କୁ CDAର ମୁଖ୍ୟ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ। ଏହା ସହ ନନ୍ଦନକାନନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ ମନୋଜ ନାୟାର।