ଓଡ଼ିଶା 365 (ବ୍ୟୁରୋ) : ଆପଣ ଦେଖିଥିବେ କେବେ କେବେ କାହା ଶରୀରରେ ଭାତୁଡି ହୋଇଥିବାର । ଯଦିଓ ଏହା ଦେଖିବାକୁ ସୁନ୍ଦର ଲାଗେ ନାହିଁ । ଏହା ଦେଖିବାକୁ ସେତେ ସୁନ୍ଦର ଲାଗେ ନାହିଁ କିନ୍ତୁ ହ୍ୟୁମାନ୍ ପେପିଲୋମା ଭାଇରସ୍ ଦ୍ୱାରା ହେଉଥିବା ଏକ ଚର୍ମ ରୋଗ ଅଟେ, ଯାହା କାହାକୁ ବି ବ୍ୟାପିପାରେ, ସେମିତି ଭାତୁଡ଼ି ବହୁତ ପ୍ରକାରର ହୋଇଥାନ୍ତି, ଯେପରି ସାଧାରଣ ଭାତୁଡି, ବିମାନ ଭାତୁଡି, ତଳର ଭାତୁଡି, ଓ ଫିଲ୍ଲାନଡ୍ ଭାତୁଡି, ଏହା ଶରୀରର କେଉଁ ବି ଭାଗରେ ହୋଇପାରନ୍ତି । ଭାତୁଡି କ୍ଷତି ରହିତ ତ୍ୱଚାରେ ବୃଦ୍ଧି ହୋଇଥାଏ, ଏହା ହ୍ୟୁମାନ୍ ପେପିଲୋମା ଭାଇରସ୍ ଏଚ୍ ପିବି ନାମକ ଏକ ବିଷାଣୁର କାରଣରୁ ହୋଇଥାଏ , ଏହା କ୍ୟାନ୍ସରସ୍ ହୋଇନଥାଏ, ଏହି ଭାଇରସ୍ ଶରୀରରେ ଏମିତି ଜାଗାରେ ପ୍ରବେଶ କରେ ଯାହା ତ୍ୱଚା କଟା କିମ୍ବା ଫଟା ହୋଇଥିବ, ସେଠାରେ ଏହା ବଢିକରି ତ୍ୱଚାର ବାହାର ପରସ୍ଥକୁ ପ୍ରଭାବିତ କରାଏ ।
ମୁକ୍ତି ପାଇବାକୁ ହେଲେ ଆପଣ ସେଓର ସିରକାରେ ପାଣି ମିଶାନ୍ତୁ, ଓ ଏହାର ପେଷ୍ଟକୁ ଭାତୁଡି ହୋଇଥିବା ସ୍ଥାନରେ ଲଗାଇକରି କପଡାରେ ଘୋଡାଇଦିଅନ୍ତୁ ଏମିତି ସବୁଦିନ କିଛି ଦିନ ପର୍ଯ୍ୟନ୍ତ କରିଲେ ଆପଣଙ୍କ ଭାତୁଡି ତ୍ୱଚାରୁ ଅଲଗା ହୋଇଯିବ ଓ ସିଧା ଭାତୁଡିର ଜଡକୁ ସୁଖାଇଥାଏ, ଯାହାର କାରଣରୁ ଆଉଥରେ ସେହି ଜାଗାରେ ନୁଆ ଭାତୁଡି ହେବାର ସଂମ୍ଭାବନା କମ୍ ହୋଇଯାଏ । ଖାଲି ସେତିକି ନୁହେଁ ରସୁଣର ପାଖୁଡାକୁ ଛଡ଼ାଇ କାଟିଦିଅନ୍ତୁ ଓ ଏହାକୁ ଭାତୁଡି ହୋଇଥିବା ସ୍ଥାନରେ ରଗଡନ୍ତୁ, ତାପରେ ଏହାର ପେଷ୍ଟ ବନାଇକରି ଭାତୁଡି ସ୍ଥାନରେ ଲଗାନ୍ତୁ, ଏମିତି କରିଲେ କିଛି ଦିନରେ ଭାତୁଡି ଗାୟବ ହୋଇଯିବ, ଲେମ୍ବୁର ରସରେ ଭାତୁଡିରେ ଲଗାଇଲେ ଲାଭପ୍ରଦ ହୋଇଥାଏ ।