ଓଡ଼ିଶା 365 (ବ୍ୟୁରୋ): ଅକ୍ଟୋବର ମାସର ପାର୍ବଣ ଋତୁରେ ସରକାର ଆୟ କରିଛନ୍ତି ସବୁଠୁ ଅଧିକ ଆୟ । ଅକ୍ଟୋବର ମାସରେ ସର୍ବାଧିକ ଜିଏସଟି କଲେକ୍ସନ ଦେଖିବାକୁ ମିଳିଛି । ଅକ୍ଟୋବର ୨୦୨୩ ରେ ମୋଟ ଜିଏସ୍ଟି ସଂଗ୍ରହ ହେଉଛି ୧.୭୨ ଲକ୍ଷ କୋଟି ଟଙ୍କା । ଅକ୍ଟୋବର ୨୦୨୩ ରେ ଜିଏସ୍ଟି ସଂଗ୍ରହ ହେଉଛି ଜୁଲାଇ ୧, ୨୦୧୭ ରେ ଜିଏସ୍ଟି ଲାଗୁ ହେବା ପରେ ଦ୍ୱିତୀୟ ସର୍ବୋଚ୍ଚ ସ୍ତର । ଏଥି ସହିତ, ଗତ ବର୍ଷ ଅକ୍ଟୋବର ୨୦୨୨ ତୁଳନାରେ ଜିଏସ୍ଟି ସଂଗ୍ରହରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି।
ଅକ୍ଟୋବର ୨୦୨୩ ପାଇଁ ଅର୍ଥ ମନ୍ତ୍ରଣାଳୟ ଜିଏସ୍ଟି ସଂଗ୍ରହ ତଥ୍ୟ ପ୍ରକାଶ କରିଛି, ଯାହା ଅନୁଯାୟୀ ଅକ୍ଟୋବରରେ ୧,୭୨,୦୦୩ କୋଟି ଟଙ୍କା ଜିଏସ୍ଟି ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ୩୦,୦୬୨ କୋଟି ଟଙ୍କା ସିଜିଏସଟି, ୩୮,୧୭୧ କୋଟି ଟଙ୍କା ସିଜିଏସଟି, ୯୧,୩୧୫ କୋଟି ଟଙ୍କା ଆଇଜିଏସଟି ଏବଂ ୧୨,୪୫୬ କୋଟି ଟଙ୍କା ସେସ ମାଧ୍ୟମରେ ସଂଗ୍ରହ କରାଯାଇଛି ।
ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ହାରାହାରି ଜିଏସ୍ଟି ସଂଗ୍ରହ ହେଉଛି ୧.୬୬ ଲକ୍ଷ କୋଟି ଟଙ୍କା, ଯାହାକି ୧୧ ପ୍ରତିଶତ ଅଧିକ । ଏଥି ସହିତ, ଗତ ଅକ୍ଟୋବର ମାସ ତୁଳନାରେ ଏହି ଅକ୍ଟୋବରରେ ଜିଏସ୍ଟି ସଂଗ୍ରହ ୧୩ ପ୍ରତିଶତ ଅଧିକ ହୋଇଛି। ଘରୋଇ କାରବାରରୁ ରାଜସ୍ୱରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି।