ଓଡ଼ିଶା 365 (ବ୍ୟୁରୋ) : ହମାସ ଯୁଦ୍ଧକୁ ବିତିଛି ୨୬ ଦିନ। ଯୁଦ୍ଧରେ ୨ଦେଶ ମଧ୍ୟରେ ମୃତ୍ୟୁସଂଖ୍ୟା ୯ ହଜାର ଟପିଛି । ଗାଜାରେ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଥିବାବେଳେ ଇସ୍ରାଏଲରେ ମୃତ୍ୟୁସଂଖ୍ୟା ୧୪୦୦ରୁ ଅଧିକ ରହିଛି । ଗାଜାରେ କେବଳ ୩,୩୨୪ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିରେ ୨୧୩୬ ମହିଳା ରହିଛନ୍ତି । ଏହାରି ମଧ୍ୟରେ ଯୁଦ୍ଧ ୨ୟ ପର୍ଯ୍ୟାୟରେ ପହଞ୍ଚିଛି, ବିଜୟ ନମିଳିବା ଯାଏ ଇସ୍ରାଏଲ ଲଢେଇ ଜାରି ରଖିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ଗାଜାରେ ଇସ୍ରାଏଲ ସେନା ବିଧ୍ୱଂସୀଲୀଳା ରଚୁଛି । ହମାସ ବିପକ୍ଷରେ ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବା ସହ ଗାଜାକୁ ୩ ପାଶ୍ୱର୍ରୁ ଘେରି ଅପରେସନକୁ ଜୋରଦାର କରିଛି ଇସ୍ରାଏଲ ସେନା ।
ଉତ୍ତର ଏବଂ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲୀ ସେନା ଏହାର ସ୍ଥଳ ଅଭିଯାନକୁ ଜୋରଦାର କରିଛି, ଅନ୍ୟପଟେ ଗାଜା ସହରରେ ଇସ୍ରାଏଲ ଟ୍ୟାଙ୍କ୍ ପ୍ରବେଶ କରିବା ସହ ୬୦୦ ହମାସ୍ ଆଡ଼ାରେ ଉପରେ ଆକ୍ରମଣ ସହ,୫୦ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇସ୍ରାଏଲ । ସେହିଭଳି ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହମାସର ୪ କମାଣ୍ଡରଙ୍କ ମୃତ୍ୟୁ ହୋଇଛି । ଫଳରେ ଅନେକ ଆତଙ୍କୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ହମାସ୍ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ମଧ୍ୟ ଇସ୍ରାଏଲକୁ ଟାର୍ଗେଟ୍ କରି ରକେଟ୍ ମାଡ଼ କରାଯାଉଛି । ଏହାରି ମଧ୍ୟରେ ଭିକ୍ଟିମ୍ କାର୍ଡ ଖେଳୁଛି ହମାସ୍ । ଡାକ୍ତରଖାନାରେ ଆକ୍ରମଣ ଘଟଣା ହେଉ ଅବା ଯୁଦ୍ଧରେ ପିଲାମାନଙ୍କ ମୃତ୍ୟୁକୁ ନେଇ ଭିକ୍ଟିମ କାର୍ଡ ଖେଳୁଛି, ଯୁଦ୍ଧ ବନ୍ଦ ପାଇଁ ମଧ୍ୟ ଦାବି କରୁଛି ହମାସ । ସେପଟେ ପାଲେଷ୍ଟାଇନ ହମାସ ପାଇଁ ଜାତିସଂଘରେ ଓକିଲାତି କରୁଛି।
ଯୁଦ୍ଧ ବନ୍ଦ କରିବାରେ ଫେଲ୍ ମାରିଛି ମିଳିଛି ଜାତିସଙ୍ଘ। ଜାତିସଙ୍ଘର ଏକଚାଟିଆ ନିଷ୍ପର୍ତ୍ତି ପ୍ରଭାବଶାଳୀ ରାଷ୍ଟ୍ର ସପକ୍ଷରେ ସମର୍ଥନ ଚିନ୍ତାର କାରଣ ପାଲଟିଛି । ତେବେ ଇସ୍ରାଏଲ ଏଥିପ୍ରତି ଧ୍ୟାନ ନଦେଇ ଆକ୍ରମଣ ଜାରି ରଖିଛି । ମୁସଲିମ ରାଷ୍ଟ୍ରମାନେ ହମାସକୁ ସହାୟତା ଯୋଗାଇବା ସହ ଇସ୍ରାଏଲ ଯୁଦ୍ଧ ବନ୍ଦ କରୁବୋଲି ଦାବି କରିଛନ୍ତି । କେବେ ଶେଷ ହେବ ଯୁଦ୍ଧର ଲୁଚକାଳି ଖେଳ, ଶାନ୍ତି ଅପେକ୍ଷାରେ ବିଶ୍ୱବାସୀ ।