ଓଡ଼ିଶା 365 (ବ୍ୟୁରୋ) : ଘିକୁଆଁରୀ ବା ଆଲୋଭେରା ମଣିଷ ସମାଜ ପାଇଁ ପ୍ରକୃତିର ଏକ ଅମୂଲ୍ୟ ଉପହାର । ଆପଣ ଜାଣନ୍ତି କି ଏହା ବେଶ୍ ଉପକାରୀ । ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରେ । ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି । ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ । ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ । ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।
ଆଲୋଭେରା ଜୁସ୍ ପିଇଲେ କ’ଣ ଫାଇଦା ମିଳିଥାଏ ଆଲୋଭେରାକୁ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ବ୍ୟବହାର କରି ଆପଣ ସବୁ ମାସରେ ନିଜ ଓଜନ କମାଇ ପାରିବେ । ଏହା କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ଯଦି ଆପଣ ଟିଭି ଅଧିକ ଦେଖନ୍ତି କିମ୍ବା ମୋବାଇଲ୍ ଅଧିକ ବ୍ୟବହାର କରନ୍ତି ତେବେ ଆପଣଙ୍କ ଆଖିରେ ଏହା ଖରାପ ପ୍ରଭାବ ପକାଇବ । ଆଲୋବେରା ଜୁସ୍ ପିଇଲେ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ିବ ।
ଗବେଷଣାରୁ ଜଣାପଡ଼ିଛି, ଘିକୁଆଁରୀ ବା ଆଲୋଭେରାରେ ଥିବା ଇମୋଡିନ୍ ନାମକ ତତ୍ତ୍ୱ ଶରୀରରେ ଗ୍ଲୁକୋଜର ସ୍ତରକୁ କମ୍ କରିଥାଏ । ଏଥିସହ ଆଲୋଭେରା ଇନ୍ ସୁଲିନ ସ୍ତର ନିୟନ୍ତ୍ରଣ କରି ଡାଇବେଟିସ୍ କୁ କଣ୍ଟ୍ରୋଲ୍ କରିଥାଏ । ଆଲୋଭେରା ପ୍ରତିଦିନ ଖାଇଲେ ଆପଣଙ୍କ ରକ୍ତଚାପ କମ୍ ? ହୋଇପାରେ। ତେଣୁ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ଭଲ। କିନ୍ତୁ କମ୍ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ବିପଦ ଆଣିପାରେ । ଆଲୋଭେରାରେ ଥିବା ଆଣ୍ଟି ଇନ ଫ୍ଲାମେଟୋରି ତତ୍ତ୍ୱ ଓ ଭିଟାମିନ୍ ସି’ ଆମ ହଜମ କ୍ରିୟାକୁ ଭଲ ରଖିବା ସହ ପେଟର ଅଲସର ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।