ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ି । ଯାହାଙ୍କୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ନିକଟରେ ୧୨ ଏହି ଯୋଡିଙ୍କର ବିବାହ କରିଥିଲା । ଯାହାକୁ ଦେଖି ଦର୍ଶକମାନେ ଖୁସି ହେବା ସହ ଏହି ଯୋଡି ଖୁବଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଖବର ମୁତାବକ, ଏହି ଦୁହିଁଙ୍କ ପରିବାର ଲୋକମାନେ ମଧ୍ୟ ଉଭୟ ପରସ୍ପରକୁ ବିବାହ କରନ୍ତୁ ବୋଲି ଚାହୁଁଥୁଲେ । କିନ୍ତୁ ସେମାନେ ବିବାହ କରିନଥିଲେ ।
ହେଲେ ବର୍ତ୍ତମାନ ପ୍ରଭାସ, ଅନୁଷ୍କାଙ୍କୁ ବିବାହ ନକରିବାର କାରଣ ଲୋକଲୋଚନକୁ ଆସିଛି । କୁହାଯାଉଛି ଯେ, “ପ୍ରଭାସ ବର୍ତ୍ତମାନ କାହା ସହ ପ୍ରେମ ସମ୍ପର୍କ ରଖିନାହାନ୍ତି ଏବଂ ଅନୁଷ୍କାଙ୍କୁ ଡେଟ କରୁନାହାଁନ୍ତି । ଦୁହେଁ ଘନିଷ୍ଠ ବନ୍ଧୁ। ସେମାନଙ୍କର ପରିବାର ସଦସ୍ୟ ଚାହାଁନ୍ତି ଯେ, ଦୁହେଁ ବିବାହ ବିଷୟରେ ଚିନ୍ତା କରନ୍ତୁ ଏବଂ ପରସ୍ପରକୁ ଜୀବନସାଥୀ ଭାବେ ବାଛନ୍ତୁ। ହେଲେ ବିବାହକୁ ନେଇ ବର୍ତ୍ତମାନ ସେମାନେ ପ୍ରସ୍ତୁତ ନୁହଁନ୍ତି। ବନ୍ଧୁତାକୁ ବିବାହରେ ପରିଣତ କରିବାକୁ ପ୍ରଭାସ ଓ ଅନୁଷ୍କା ମଧ୍ୟ ଚାହୁଁନାହାନ୍ତି । ଏହି କାରଣ ପାଇଁ ଅନୁଷ୍କା ପ୍ରଭାସଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି ।