ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ସମସ୍ତଙ୍କୁ ପାଳଙ୍ଗ ଶାଗ ଖାଇବା ପସନ୍ଦ ଆସିଥାଏ । ଆପଣ ଜାଣନ୍ତିକି ଏହି ଶାଗ ସ୍ବାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ଉପକାରୀ । ତେବେ ଜାଣନ୍ତୁ ଶରୀର ପାଇଁ ଏହା କେତେ ଲାଭଦାୟକ । ଏହି ଶାଗ ଶରୀରରେ ହିମୋଗ୍ଲୋବିନ ବଢାଇବାରେ ସହାୟକ ହୋଇଥାଏ। ପାଳଙ୍ଗ ଶାଗରେ ଏମିନୋ ଏସିଡ, ଭିଟାମିନ ଏ, ବି, ସି, କେ, ଇ, ଆଏରନ, ଆୟୋଡିନ, ପୋଟାସିୟମ, ମ୍ୟାଗ୍ନେସିୟମରେ ଭରପୁର ହୋଇଥାଏ ।
ପାଳଙ୍ଗ ପତ୍ରର ଜୁସ ପିଇବା ଦ୍ବାରା ପାଚନ କ୍ରିୟା ଠିକ୍ ରହିଥାଏ । ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ପାଲଙ୍ଗ ଜୁସ ବହୁତ ଲାଭଦାୟକ ହୋଇଥାଏ । ଏହାସହ ପାଳଙ୍ଗ ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନ ବଢ଼ିଥାଏ। ରକ୍ତର ଅଭାବ ଥିବା ବ୍ୟକ୍ତି ପାଳଙ୍ଗ ଖାଇବା ଆବଶ୍ୟକ।