ଓଡ଼ିଶା 365 (ବ୍ୟୁରୋ): କଳାହାଣ୍ଡିରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗଡିବ ଲକ୍ଷ୍ମୀ ବସ୍ । କମ୍ ପଇସାରେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ଲୋକେ । ବୁଠୁ ବଡ କଥା ହେଉଛି ଏହି ଲକ୍ଷ୍ମୀ ବସକୁ ସଫଳ କରିବାରେ ବଡ ଭୂମୀକା ଗ୍ରହଣ କରିବେ ପ୍ରତ୍ୟେକ ଗ୍ରାମପଞ୍ଚାୟତର ମହିଳା । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ସୁବିଧା ମିଳିବ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସାମଗ୍ରୀ ନେବା ଆଣିବା କରିବାରେ ବ୍ୟବସାୟୀଙ୍କୁ ଏଣିକି କୌଣସି ସମସ୍ୟା ହେବନି ।
ସେପଟେ ନବନିର୍ମିତ ନୂଆ ମେଡିକାଲ କଲେଜ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୦୦ ସିଟ ବିଶିଷ୍ଟ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଠପଢ଼ା ସହିତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ରମନ୍ତ୍ରୀ । ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ ଅବସରେ କଳାହାଣ୍ଡି ୟୁନିଭର୍ସିଟିର ନାମ ବଦଳାଇ ‘ମା’ ମାଣିକେଶ୍ବରୀ ୟୁନିଭର୍ସିଟି କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହାଫଳରେ ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି ।