ଓଡ଼ିଶା 365 (ବ୍ୟୁରୋ) : ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଭାରତ -ଶ୍ରୀଲଙ୍କା ବିଶ୍ୱକପ୍ ମ୍ୟାଚ ଖେଳାଯିବ । ଏହି ଅବସରରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମର ସଚିନ୍ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଷ୍ଟାଣ୍ଡ ନିକଟରେ ସ୍ଥାପିତ ହୋଇଛି ଷ୍ଟ୍ରୋକ୍ ଖେଳୁଥିବା ମୁଦ୍ରାରେ । ସେ ଚଳିତ ବର୍ଷ ଏପ୍ରିଲରେ ତାଙ୍କର ୫୦ ତମ ଜନ୍ମଦିନ ପାଳନ କରିଥିଲେ ।
ଅନାବରଣ ସମୟରେ ସଚିନ ନିଜେ ଉପସ୍ଥିତ ରହିବେ। ଓ୍ୱାଙ୍ଖେ଼ଡ୍ ଷ୍ଟାଡିୟମ ସଚିନଙ୍କ ଘରୋଇ ଖେଳପଡିଆ । ଏହି ସ୍ଥାନରେ ସେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଅହମଦନଗରର ଚିତ୍ରକାର ଶିଳ୍ପୀ ପ୍ରମୋଦ କାମ୍ବଲି ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ତେନ୍ଦୁଲକର ତାଙ୍କ ହୋମ୍ ଗ୍ରାଉଣ୍ଡରେ ଭାରତ ତରଫରୁ ଶେଷ ମ୍ୟାଚ ଖେଳିବାର ୧୦ବର୍ଷ ପରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ଯାଉଛି । ଓ୍ୱାଙ୍ଖେଡ୍ରେ ସଚିନ୍ ତାଙ୍କର ୨୦୦ ତମ ଏବଂ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।