ଓଡ଼ିଶା 365 (ବ୍ୟୁରୋ): ବିଶ୍ୱକପ୍ ମ୍ୟାଚରେ ଫୁଟିବନି ବାଣ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ବିସିସିଆଇ । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ବାଣ ଫୁଟିବା ଉପରେ ବ୍ୟାନ୍ ଲଗାଯାିଛି । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଏଭଳି ହେବ । ଏହି ଦୁଇଟି ସହରରେ ହେବାକୁ ଥିବା ବିଶ୍ୱକପ ମ୍ୟାଚରେ ବାଣ ଫୁଟିବାକୁ ବ୍ୟାନ୍ କରାଯାଇଛି । ଦୁଇଟି ଯାକ ମେଟ୍ରୋ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ହେବା କାରଣରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି ।
ମିଳିଥିବା ସଳଚନା ଅନୁଯାୟୀ, ବିଶ୍ୱକପ ମ୍ୟାଚରେ ବାଣ ଫୁଟାଇବାକୁ ନେଇ କଟକଣା ଲାଗୁ କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କୁ ଅବଗତ କରାଯାଇଛି । ଦିଲ୍ଲୀ ଓ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବାଟ ନ ଫୁଟାଇବାକୁ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨ରେ ଭାରତ- ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଓ ୬ ତାରିଖରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ ।