ଓଡ଼ିଶା 365 (ବ୍ୟୁରୋ): ଆଜି ବଲିଉଡ କ୍ୟୁଇନ୍ ତଥା ବିଶ୍ୱସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ । ସେ ଆଜି ୫୦ ବର୍ଷରେ ପାଦ ଥାପିଛନ୍ତି ।ବର୍ତ୍ତମାନ ସେ ବଚ୍ଚ୍ ପରିବାରର ବୋହୁ ଭାବେ ଚାରିଆଡେ ପ୍ରସିଦ୍ଧ । ସେ ୧୯୯୪ ମସିହାରେ ମିସ ଓ୍ବାର୍ଲଡର ମୁକୁଟ ଜିତିଥିଲେ। ଏହାପରେ ତାଙ୍କ ଜୀବନରେ ଆସିଥିଲା ଅନେକ ଟ୍ବିଷ୍ଟ। ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀଙ୍କ ମଧ୍ୟରୁ ଐଶ୍ବର୍ଯ୍ୟା ହେଉଛନ୍ତି ଜାଣେ ।
ଖବର ମୁତାବକ, ୧୯୭୩ ମସିହା ନଭେମ୍ବର ୧ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ଐଶ୍ବର୍ଯ୍ୟା ରାୟ ।ମଣିରତ୍ନମଙ୍କ ଫିଲ୍ମ ‘ଫଇରୁଭର’ ରୁ ତାଙ୍କର ଅଭିନୟ କ୍ୟାରୀୟର ଆରମ୍ଭ ହୋଇଥିଲା । ଏହାପରେ ସେ ଫିଲ୍ମ ‘ଔର ପ୍ୟାର ହୋ ଗୟା’ ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ। ହେଲେ ଏହି ଫିଲ୍ମଟି ଏତେ ହିଟ ହୋଇ ନଥିଲା। ତଥାପି ଫିଲ୍ମର ଗୀତ ବହୁତ ଭାଇରାଲ ହୋଇଥିଲା । ଏହାପରେ ୧୯୯୯ ମସିହାରେ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସମନ୍’ ସହିତ ଐଶ୍ବର୍ଯ୍ୟା ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ସଫଳତାର ସିଡ଼ି ଚଢ଼ି ଚାଲିଥିଲେ ଐଶ୍ବର୍ଯ୍ୟା । ଏବେବି ଐଶ୍ବର୍ଯ୍ୟାଙ୍କ ଡ୍ୟାନ୍ସରେ ଅନେକ ଲୋକେ ଦିଓ୍ବାନା ହୋଇଛନ୍ତି।
ସୂଚନା ଅନୁଯାୟୀ, ଫଦେବଦାସ’ ଫିଲ୍ମରେ ଐଶ୍ବର୍ଯ୍ୟା ପାରେ କ୍ୟାରେକ୍ଟର ପ୍ଲେ କରିଥିଲେ। ଯେଉଁଥିରେ ତାଙ୍କ ଆକ୍ଟିଂ ବଡ଼ ଜବରଦସ୍ତ ଥିଲା। ଦର୍ଶକମାନେ ମଧ୍ୟ ଶାହାରୁଖଙ୍କ ସହ ଐଶ୍ବର୍ଯ୍ୟା ଙ୍କ ବହୁତ ପସନ୍ଦ କରିଥିଲେ। ତେବେ ଆଜି ବିଶ୍ୱସୁନ୍ଦରୀଙ୍କ ଜନ୍ମଦିନ ହୋଇଥିବାରୁ ଐଶ୍ବର୍ଯ୍ୟାଙ୍କୁ ଫ୍ୟାନ ମାନେ ବହୁତ ଭଲ ପାଇବା ଦେବାସହ, ତାଙ୍କ ଜନ୍ବଦିନର ଶୁଭେଚ୍ଛା ଜଣାଇଛନ୍ତି ।