ଓଡ଼ିଶା 365 (ବ୍ୟୁରୋ) : ବାହାଘର ହେଉ ଅବା ବ୍ରତଘର କି ଭସାଣୀ କିମ୍ବା କୌଣସି ଶୋଭାଯାତ୍ରା ହେଉ, ଡିଜେ ନ ବାଜିଲେ ନାଚିବା ତ ଦୂରର କଥା ପାଦ ବି ଘୁଞ୍ଚାନ୍ତିନି ନଚାଳି ମାନେ । ଡିଜେର ଜୋର୍ ଦାର ଶବ୍ଦରେ ଆଜିକାଲି ସମସ୍ତେ ବାୟାହେଲେଣି । କିନ୍ତୁ ଆପଣ ଜାଣନ୍ତିକି ଏହି ଡିଜେର ହୃଦୟ ଥରା ଶବ୍ଦ ବି କାହାର ଜୀବନ ନେଇପାରେ । ପୂର୍ବରୁ ଆପଣ ଗଣମାଧ୍ୟମରେ ଖବର ଦେଖିଥିବେ କି ଏହି ଡିଜେର ଭୟଙ୍କର ଶବ୍ଦ ମଣିଷର ଜୀବନ ନେଇଥିବାର । ହେଲେ ଆପଣ ଜାଣନ୍ତି ଏମିତି କାହିଁକି ହୋଇଥାଏ ।
ବିକଟାଳ ସାଉଣ୍ଡ ଯୋଗୁ ହୃତପିଣ୍ଡରେ ରକ୍ତ ଜମାଟ ବାନ୍ଧି ଥିଲା । ଡିଜେର ଅତ୍ୟଧିକ ଶବ୍ଦ ଯୋଗୁ ଏଭଳି ହୋଇଛି । ଡାକ୍ତର ଆହୁରି କହିଛନ୍ତି, ଡିଜେ କିମ୍ବା ଅନ୍ୟ ବଡ଼ ସାଉଣ୍ଡ ସିଷ୍ଟମରେ ଜୋରରେ ମ୍ୟୁଜିକ୍ ବାଜିବା ଦ୍ୱାରା ଶରୀରରେ ଅସାମାନ୍ୟ ଗତିବିଧି ଦେଖା ଦେଇଥାଏ । ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଡେସିବିଲର ଶବ୍ଦ ମଣିଷ ଶରୀର ପାଇଁ କ୍ଷତିକାରକ । ଯାହାର ପ୍ରଭାବ ହୃତପିଣ୍ଡ ସହ ମସ୍ତିଷ୍କ ଉପରେ ପଡ଼ି ପାରେ ।