ଓଡ଼ିଶା 365 (ବ୍ୟୁରୋ) : ଶରୀର ପାଇଁ ନିହାତି ଜରୁରୀ କନ୍ଦମୂଳ । ଆପଣ ଜାଣନ୍ତିକି କନ୍ଦମୂଳ ଶରୀରକୁ ଦେଇଥାଏ ଅନେକ ଫାଇଦା । ଶୀତଦିନେ ଅଧିକାଂଶ ସମୟରେ ଭୋକ ଲାଗିଥାଏ । ଅଥିକ ଥର ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ପାଇଥାଏ । ଯଦିଓ ଶୀତଦିନେ ଅତ୍ୟଧିକ ଥଣ୍ଡା କାରଣରୁ ଶାରୀରିକ କାର୍ଯ୍ୟ କରିବା ପାଇଁ ଇଚ୍ଛା ହୋଇ ନଥାଏ । ଶୀତଦିନେ ଏହି ସମସ୍ତ ସମସ୍ୟାରୁ ରକ୍ଷା କରିଥାଏ କନ୍ଦମୂଳ । ଓଜନ କମାଇବା ପାଇଁ କନ୍ଦମୂଳ ଖାଇବା ଉଚିତ। ଏଥିରେ କାର୍ବୋହାଇଡ୍ରେଟ, ଫାଇବର, କ୍ୟାଲୋରୀ ରହିଛି । ଏହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଓ ସ୍ୱାଦିଷ୍ଟ ଅଟେ। ଏହା ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହେବା ସହ ଭୋକ ଲାଗି ନଥାଏ ।
ଆପଣ ଜାଣନ୍ତି କି କନ୍ଦମୂଳରେ ରହିଛି ୧୧୨ କ୍ୟାଲୋରୀ । ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶର୍କରା ଯୋଗାଇଥାଏ । ଏଥିରେ ଲୋ ଗ୍ଲାଇମାକ୍ସ ଇଣ୍ଡେକ୍ସ ରହିଥିବାରୁ ଶରୀରରେ ରକ୍ତର ଶର୍କରାର ପରିମାଣ ନିୟନ୍ତ୍ରଣ କରିଥାଏ । ଏହା ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । କନ୍ଦମୂଳରେ ଜଳୀୟ ଅଂଶ ଥିବାରୁ ଏହା ଶରୀରରେ ଜଳୀୟ ଅଂଶ ଠିକ ରଖିଥାଏ । ଏହା ରକ୍ତ କୋଷିକା ଗୁଡିକୁ ଶକ୍ତି ମଧ୍ୟ ପହଞ୍ଚାଇଥାଏ । ହଜମ କ୍ରିୟାକୁ ବୃଦ୍ଧି କରିଥାଏ । ଶରୀରରେ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ ।