ଓଡ଼ିଶା 365 (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲକ୍ଷେ୍ନøର ଲୋକ ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୨୧ ଟି ପ୍ରସ୍ତାବ ମଧ୍ୟରୁ ୨୦ ଟି ଅନୁମୋଦନ କରାଯାଇଛି। ଏହି ବୈଠକରେ ଦୀପାବଳିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇବାକୁ ଅନୁମୋଦନ ଦିଆଯାଇଛି। ଏହା ଅଧୀନରେ ୧ କୋଟି ୭୫ ଲକ୍ଷ ୪ ହଜାର ୩୮୫ ହିତାଧିକାରୀଙ୍କୁ ମାଗଣା ସିଲିଣ୍ଡର ଦିଆଯିବ ।
ଏହି ବୈଠକରେ ରିହାତି ମୂଲ୍ୟରେ ଜମି ଯୋଗାଇବା ଏବଂ ଉତ୍ତରପ୍ରଦେଶରେ ପୁଞ୍ଜି ବିନିଯୋଗ ପାଇଁ ବଡ କମ୍ପାନୀଗୁଡିକୁ ଆକର୍ଷିତ କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୈଠକ ପରେ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି ଯେ ମେଗା ପ୍ରକଳ୍ପର ୧୫ ବର୍ଷ ମଧ୍ୟରେ ସାମସଙ୍ଗ ଇଣ୍ଡିଆକୁ ୧୭୫୧ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ସେହିଭଳି ଏଲଜି ଇଣ୍ଡିଆର ୫୬୭ କୋଟି ଟଙ୍କା ବିନିଯୋଗ ରହିଛି। ସେମାନଙ୍କୁ ନିୟମ ଅନୁଯାୟୀ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏଫଡିଆଇ ମାଧ୍ୟମରେ ରାଜ୍ୟରେ ୯୪୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ରାଜ୍ୟରେ ଏଫଡିଆଇ ନୀତି ଅନୁଯାୟୀ ୧୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଜମି କିଣିବା ଏବଂ ଷ୍ଟାମ୍ପ ଡ୍ୟୁଟିରେ ଛାଡ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।