ଓଡ଼ିଶା 365 (ବ୍ୟୁରୋ):ଅନେକ ବର୍ଷ ତଳେ ପୋଷକତ୍ୱରେ ଭରପୁର ବନ୍ଧାକୋବିକୁ ଚିକିତ୍ସାରେ ବ୍ୟବହୃତ କରାଯାଉଥିଲା । ବିଶେଷ କରି ଆଣ୍ଠୁଗଣ୍ଠି ବିନ୍ଧା, ପାଦ ବିନ୍ଧା ହେଲେ ,ରୋଗୀଙ୍କ ଯନ୍ତ୍ରଣା ଉପଶମ ପାଇଁ ବନ୍ଧାକୋବି ପତ୍ର ୩-୪ ପରସ୍ତ ଗୁଡ଼ାଇ ବାନ୍ଧିଦିଆଯାଉଥିଲା । ୪-୫ ଘଂଟା ପରେ ସେ ପତ୍ରକୁ ଖୋଲାଯାଉଥିଲା । ସପ୍ତାହେ ପର୍ୟ୍ୟନ୍ତ ଏଭଳି ଚିକିତ୍ସା କରିବା ପରେ ରୋଗୀକୁ ଆରାମ ମିଳୁଥିଲା । ଅନେକ ବର୍ଷ ପରେ ଏହି ପ୍ରାଚୀନ ପଦ୍ଧତି ପୁଣି ଥରେ ରୋଗୀଙ୍କ ଉପରେ ପ୍ରୟୋଗ ହେଉଛି । କିଛି ଦିନ ତଳେ ଜଣେ ଜାପାନୀ ଚିକିତ୍ସକ ବନ୍ଧାକୋବି ଚିକିତ୍ସା ଆରମ୍ଭ କରିଥିଲେ । ସାମାଜିକ ଗଣମାଧ୍ୟମରେ ଚିକିତ୍ସା ପଦ୍ଧତି ଫଟୋ ସେୟାର ହେବା ପରେ ଅନ୍ୟ ଦେଶରେ ମଧ୍ୟ ବନ୍ଧାକୋବି ମଲମର ପ୍ରୟୋଗ ହେଲାଣି ।