ଓଡ଼ିଶା 365 (ବ୍ୟୁରୋ): ଥାଇଲାଣ୍ଡ ଯିବାକୁ ଅନେକ ଭାରତୀୟଙ୍କର ଇଚ୍ଛା ଥାଏ । ତେବେ ଏମାନଙ୍କ ପାଇଁ ଏକ ଖୁସି ଖବର ଆସି ପହଞ୍ଚିଛି । ଥାଇଲାଣ୍ଡ ଯିବା ପାଇଁ ସେମାନଙ୍କୁ ଆଉ ଭିଜା ଦରକାର ହେବ ନାହିଁ । ଥାଇଲାଣ୍ଡର ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ ତାଇୱାନରୁ ଆସୁଥିବା ଲୋକଙ୍କ ପାଇଁ ଭିଜା ଆବଶ୍ୟକତା ଛାଡ କରାଯିବ। ରଏଟର୍ସ ଅନୁଯାୟୀ, ଏହି ଛାଡ ଆସନ୍ତା ମେ’ ୨୦୨୪ ପର୍ଯ୍ୟନ୍ତ ଦିଆଯିବ। ଥାଇଲ୍ୟାଣ୍ଡ ସରକାରର ମୁଖପାତ୍ର ଚାଇ ୱାଚାରୋଙ୍କେ କହିଛନ୍ତି, ଭାରତ ଏବଂ ତାଇୱାନରୁ ଆସୁଥିବା ଲୋକମାନେ ୩୦ ଦିନ ପାଇଁ ବିନା ଭିଜାରେ ଥାଇଲାଣ୍ଡରେ ପ୍ରବେଶ କରିପାରିବେ।
ବର୍ତ୍ତମାନ ଭାରତର ଯାତ୍ରୀଙ୍କୁ ୨ ଦିନିଆ ଥାଇଲାଣ୍ଡ ଭିଜା ପାଇଁ ୨୦୦୦ ଭାଟ (ପ୍ରାୟ ୫୭ ଡଲାର) ଦେବାକୁ ପଡିବ। ଆସନ୍ତା ବର୍ଷ ବିଦେଶୀ ପର୍ୟ୍ୟଟକଙ୍କ ଠାରୁ ରାଜସ୍ବକୁ ୩.୩ ଟ୍ରିଲିୟନ ଭାଟକୁ ବୃଦ୍ଧି କରିବାକୁ ଥାଇଲ୍ୟାଣ୍ଡର ନୂତନ ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁଥିରେ ଭ୍ରମଣ ଶିଳ୍ପ ସର୍ବୋତ୍ତମ ସ୍ବଳ୍ପକାଳୀନ ଅର୍ଥନୈତିକ ଉତ୍ସାହ ଯୋଗାଇଥାଏ । ଏହାକୁ ନେଇ ଯାତ୍ରୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।