ଓଡ଼ିଶା 365 (ବ୍ୟୁରୋ): ଇଡି ଜାଲରେ ଅଶୋକ ଗେହଲଟଙ୍କ ପୁଅ ବର୍ତ୍ତମାନ ଛନ୍ଦି ହୋଇଛନ୍ତି । କିଛି ଦିନ ପୂର୍ବରୁ ବୈଭବ ଗେହଲଟଙ୍କୁ ଇଡି ସମନ କରିଥିବା ବେଳେ ଆଜି ସେ ଇଡି ଅଫିସରେ ହାଜର ହୋଇଛନ୍ତି । ଏକ ବିଦେଶୀ ବିନିମୟ ପରିଚାଳନା ଆଇନ ଉଲ୍ଲଂଘନ ମାମଲାରେ ହାଜର ହେବା ପାଇଁ ବୈଭବଙ୍କୁ ସଂଘୀୟ ଏଜେନ୍ସି ଗତ ସପ୍ତାହରେ ସମନ କରିଥିଲା।
୪୩ ବର୍ଷୀୟ ବୈଭବ ନୂଆଦିଲ୍ଲୀର ଅବ୍ଦୁଲ କଲାମ ରୋଡ୍ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ। ନଭେମ୍ବର ୨୫ରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏଆଇସିସି ସଦସ୍ୟ ବୈଭବ ତାଙ୍କୁ ୧୦-୧୨ ବର୍ଷ ପୁରୁଣା ମିଥ୍ୟା ମାମଲାରେ ଫସାଇବା ପାଇଁ ଏପରି କରାଯାଇଛି।