ଓଡ଼ିଶା 365 (ବ୍ୟୁରୋ) : ପଡ଼ିଲାଣି ଶୀତ, ଏବେ ଚିନ୍ତା ବଢ଼ିଇବ ପାଦ ଓ ଓଠ ଫଟା । ଏହି ସମୟରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ସେଥିରେ ଓଠ ଫାଟିବା, ମୁହଁ ଫାଟିବା, ଗୋଇଠି ଫାଟିବା, ଶୁଷ୍କ ଚୁଟି ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ତେବେ ଶୀତଦିନେ ଅଧିକାଂଶ ଭାରତୀୟଙ୍କ ଗୋଇଠି ଫାଟିଥାଏ । ଫଟା ଗୋଇଠି ଯେତିକି କଷ୍ଟ ଦେଇଥାଏ, ତାହାଠାରୁ ଅଧିକ ଲଜ୍ଜିତ ମଧ୍ୟ କରିଥାଏ । କାରଣ ଆପଣ ଫଟା ଗୋଇଠିରେ ଚପଲ ପିନ୍ଧି ବାହାରକୁ ଯାଇପାରିବେ ନାହିଁ । ପାର୍ଟି, ଉତ୍ସବରେ ଏହି ଫଟା ଗୋଇଠି ଆପଣଙ୍କ କନଫିଡେନ୍ସ ଲେବଲକୁ ହ୍ରାସ କରିଥାଏ।
ଚର୍ମ ଶୁଷ୍କ ହେଲେ ଓଠ, ଗୋଇଠି ଫାଟିଥାଏ । ତେଣୁ ଚେହେରା ଭଳି ଗୋଇଠିର ବି ଯତ୍ନ ନେବା ଆବଶ୍ୟକ। ଫଟା ଗୋଇଠିକୁ ଠିକ କରିବା ପାଇଁ ବଜାରରେ ନାନା ପ୍ରକାରର କ୍ରିମ ମିଳୁଛି । ଏଗୁଡିକ ବ୍ୟୟବହୁଳ ହୋଇଥିବା ବେଳେ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ହାନୀକାରକ। କିନ୍ତୁ ଆପଣ ଘରୋଇ ଉପଚାର ମାଧ୍ୟମରେ ଫଟା ଗୋଇଠିରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଫଟା ଗୋଇଠି ଜନିତ ସମସ୍ୟାରୁ ମୁକ୍ତି
ମହୁ, ଚର୍ମର ଏକ ତତ୍ୱ ରହିଛି। ଗୋଟିଏ କପ ମହୁରେ କିଛି ଉଷୁମ ପାଣି ମିଶାଇ ସେଥିରେ କିଛି ସମୟ ଗୋଡ ବୁଡାଇ ରଖନ୍ତୁ । ପାଦ ବତୁରି ଗଲେ ଗୋଇଠିକୁ ଧୀରେ ଧିରେ ଘସନ୍ତୁ । ଚେଷ୍ଟା କରନ୍ତୁ, ଯେପରି ଆପଣଙ୍କ ଗୋଇଠିର ମୃତ କୋଷ ଗୁଡିକ ବାହାରିଯିବ। ଖାଲିସେତିକି ନୁହେଁ ଭାନେଗାର ଓ ଉଷୁମ ପାଣିକୁ ନେଇ ସେଥିରେ କିଛି ସମୟ ପାଦ ବୁଡାଇ ରଖନ୍ତୁ । ଏପରି କରିବା ଦ୍ୱାରା ପାଦର ମୃତ କୋଷିକା ଗୁଡିକ ବାହାରି ଯାଏ । ପରେ ପାଦରେ ନଡିଆ ତେଲ ମାଲିସ କରିବା ଏକ ଭଲ ଅଭ୍ୟାସ। ନିୟମିତ ଭାବେ ପାଦରେ ନଡିଆ ତେଲ ଲଗାଇଲେ ପାଦ ଫାଟେ ନାହିଁ। ଏହା ଚର୍ମକୁ ସଫ୍ଟ ରଖେ ।