ଓଡ଼ିଶା 365 (ବ୍ୟୁରୋ): ଉର୍ଫି ଜାଭେଦ ଯିଏ କି ନିଆରା ପୋଷାକ ପାଇଁ ବେଶ୍ ଜଣାଶୁଣା । ତାଙ୍କ ପୋଷାକ ପାଇଁ ସେ ବଲିଉଡରେ ନିଜର ଏଐକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ହେଲେ ପ୍ରତ୍ୟେକ ଥର ଉର୍ଫି ନିଜ ଡ୍ରେସ୍କୁ ନେଇ ଟ୍ରୋଲ ହୁଅନ୍ତି। ଖବର ମୁତାବକ, ଏଥର ଉର୍ଫି ଫିଲ୍ମ ଭୁଲ ଭୁଲେୟାର ଛୋଟା ପଣ୍ଡିତଙ୍କ ଲୁକକୁ କପି କରିଥିଲେ, ଏହା ତାଙ୍କୁ ମହଙ୍ଗା ପଡିଛି। ଏଥିପାଇଁ ତାଙ୍କୁ ମେଲ୍ ଯୋଗେ ହତ୍ୟା ଧମକ ମିଳିଛି। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ ଉର୍ଫି । ସେ ଏହି ଲୁକରେ ହାଲୋଏନ ପାର୍ଟୀକୁ ଯାଉଥିଲେ।
ତାଙ୍କ ଲୁକ ଏବଂ ମେଲ୍ର ଫଟୋ ସେୟାର କରିବାବେଳେ ଉର୍ଫି ଲେଖିଛନ୍ତି ଯେ, ଏହି ଦେଶ ମୋତେ ଚକିତ କରିଛି। ମୁଁ ଏକ ଚଳଚ୍ଚିତ୍ରର ଚରିତ୍ରକୁ କପି କରିଥିବାରୁ ମୋତେ ହତ୍ୟା ଧମକ ମିଳୁଛି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଆଶା କରେ ଆପଣ ସମସ୍ତେ ଜାଣିଥିବେ ଯେ ଛୋଟା ପଣ୍ଡିତ ଭୁଲ ଭୁଲେୟା ଚରିତ୍ର। ମୁଁ ହାଲୋଏନ ପାର୍ଟୀ ପାଇଁ ପ୍ରସ୍ତୁତ ହେବା ପାଇଁ କଠିନ ପରିଶ୍ରମ କଲି କିନ୍ତୁ ଯାଇ ପାରିଲି ନାହିଁ, ତେଣୁ ମୁଁ ଭାବିଲି ମୁଁ ଏହି ଭିଡିଓ ପୋଷ୍ଟ କରିବି। ଜଣେ ବ୍ୟକ୍ତି ହତ୍ୟା କରିବାକୁ ଧମକ ଦେଇ ଉର୍ଫିଙ୍କୁ ଏକ ମେଲ ପଠାଇଥିଲେ। ଯେଉଁଥିରେ ଲେଖାଥିଲା ଯେ, “ଆପଣ ସେୟାର କରିଥିବା ଭିଡିଓ ଡିଲିଟ କରନ୍ତୁ, ନଚେତ୍ ଆପଣଙ୍କୁ ମାରିବାକୁ ସମୟ ଲାଗିବ ନାହିଁ ।’’