ଓଡ଼ିଶା 365(ବ୍ୟୁରୋ): ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ପ୍ଲେୟାର ଲିଓନେଲ ମେସି ଅଷ୍ଟମ ଥର ପାଇଁ ବଲନ୍ ଡି’ଅର୍ ଜିତିଛନ୍ତି । ଏହି ଟାଇଟଲ ପାଇଁ ସେ ମଞ୍ଚେଷ୍ଟର ସିଟି ଷ୍ଟ୍ରାଇକର ଏରଲିଙ୍ଗ ହାଲାଣ୍ଡଙ୍କୁ ରେସରେ ହରାଇଥିଲେ । ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଗତବର୍ଷ ଫିଫା ବିଶ୍ୱକପ ଜିତିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମେସି ୭ ଗୋଲ ସ୍କୋର କରି ୩ ଆସିଷ୍ଟ କରିଥିଲେ ଓ ଗୋଲଡେନ ବଲ ଜିତିଥିଲେ । ମେସି ପୂର୍ବରୁ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫, ୨୦୧୯ ଏବଂ ୨୦୨୧ ରେ ବଲନ୍ ଡି’ଓ ଜିତିଥିଲେ । ମଞ୍ଚେଷ୍ଟର ୟୁନାଇଟେଡର ପୂର୍ବତନ ଖେଳାଳି ତଥା ଇଣ୍ଟର ମିଆମି କୋ-ମାଲିକ ଡେଭିଡ ବେକହମ ପ୍ୟାରିସରେ ମେସିଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।
ମେସିଙ୍କ ପୂର୍ବରୁ କୌଣସି ଏମଏଲଏସ ଖେଳାଳି ବଲନ୍ ଡି’ଅର୍ ଜିତି ନଥିଲେ । ଅନେକ ପୂର୍ବତନ ବିଜେତା ଆମେରିକାରେ ନିଜର କ୍ୟାରିଅର୍ ଶେଷ କରିଛନ୍ତି, କିନ୍ତୁ ଲିଓନେଲ ମେସି ଲିଗର ଜଣେ ଆକ୍ଟିଭ ଖେଳାଳି ଭାବରେ ଏହି ପୁରସ୍କାର ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ବଲନ୍ ଡି’ଅର୍ ରେସରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଏର୍ଲିଂ ହାଲାଣ୍ଡ, କିନ୍ତୁ ଗର୍ଡ ମଲେର ଟ୍ରଫି ଜିତିଥିଲେ । ସେ ଗତ ସିଜନରେ ୫୨ ଗୋଲ ସ୍କୋର କରିଥିଲେ ଏବଂ ତାଙ୍କ ଦଳ ମଞ୍ଚେଷ୍ଟର ସିଟି ଟ୍ରବଲ ଜିତିଥିଲା । ଅଷ୍ଟମ ଥର ପାଇଁ ବଲନ୍ ଡି’ଅର୍ ଜିତିବା ପରେ ମେସି କହିଛନ୍ତି, ‘ମୁଁ ଏହି କ୍ୟାରିୟର କଳ୍ପନା କରିପାରି ନ ଥିଲି, ଯାହା ମୁଁ ହାସଲ କରିଛି । ଇତିହାସର ସର୍ବଶ୍ରେଷ୍ଠ ଦଳ, ଦୁନିଆର ସର୍ବଶ୍ରେଷ୍ଠ ଦଳ ପାଇଁ ଖେଳିବାର ସୌଭାଗ୍ୟ ପାଇଛି । ଏହି ବ୍ୟକ୍ତିଗତ ଟ୍ରଫି ଜିତିବା ଭଲ । ସେ ଆହୁରି କହିଛନ୍ତି, ‘କୋପା ଆମେରିକା ଏବଂ ପରେ ବିଶ୍ୱକପ ଜିତିବା, ଏହା ହାସଲ କରିବା ଆଶ୍ଚର୍ଯ୍ୟଜନକ । ଏହି ସମସ୍ତ (ବଲନ୍ ଡି’ଅର୍ ପୁରସ୍କାର) ଅଲଗା ଅଲଗା କାରଣରୁ ସ୍ୱତନ୍ତ୍ର ।ଟ୍ରଫି ପ୍ରଦାନ କରାଯାଇଥିଲା ।