ଓଡ଼ିଶା 365 (ବ୍ୟୁରୋ): ଚଳିତ ବର୍ଷ ଗୋଆରେ ଆୟୋଜିତ ହେବାକୁ ଯାଉଥିବା ‘ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୩’ର ‘ଚଳଚ୍ଚିତ୍ର ବଜାରର ୧୭ତମ ସଂସ୍କରଣ’ ପାଇଁ ନ୍ୟାସନାଲ୍ ଫିଲ୍ମ ‘ଡେଭେଲପମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’ ସମେତ ୧୧ଟି ଦେଶରୁ ୨୦ଟି ଫିଚର ଫିଲ୍ମ ପ୍ରୋଜେକ୍ଟକୁ ମନୋନୀତ କରାଯାଇଛି । ଖବର ମୁତାବକ, ଚଳିତ ବର୍ଷ ଫିଲ୍ମ ବଜାର ପାଇଁ ବାଂଲାଦେଶ, ଶ୍ରୀଲଙ୍କା, ଆମେରିକା, ବ୍ରିଟେନ, ସିଙ୍ଗାପୁର, ଜର୍ମାନୀ, ଫ୍ରାନ୍ସ, ପୋଲାଣ୍ଡ, ଲକ୍ସେମବର୍ଗ ଓ ଇସ୍ରାଏଲର ଚଳଚ୍ଚିତ୍ରକୁ ଚୟନ କରାଯାଇଛି। ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର ‘ବାଘୁଣୀ’ର ନିର୍ଦ୍ଦେଶନା ଦେଉଥିବା ବେଳେ ପାର୍ଥସାରଥୀ ପଣ୍ଡାଙ୍କ ଦ୍ୱାରା ଏହି ଫିଲ୍ମଟି ନିର୍ମିତ ହେବ ବୋଲି ସୂଚନା ରହିଛି ।
ସେପଟେ, ଓଡ଼ିଶାର ସର୍ବପ୍ରଥମ ମଲ୍ଟିନ୍ୟାସ୍ନାଲ୍ କୋ-ପ୍ରଡକ୍ସନ ଓଡ଼ିଆ ଚଳଚ୍ଚିତ୍ର ହେବ ଫିଲ୍ମ ‘ବାଘୁଣ’ି ଏବଂ ଏହା ଏକ ବହୁଭାଷୀ ଚଳଚ୍ଚିତ୍ର ହେବ। ଏହାର ସୁଟିଂ ମଧ୍ୟ ଆସନ୍ତା ବର୍ଷ ଓଡ଼ିଶାରେ ହେବ ବୋଲି ସୂଚନା ରହିଛି । ଏଥିରେ ବହୁ ଅନ୍ତର୍ଜାତୀୟ କ୍ରିଉ ମେମ୍ବରଙ୍କ ସହ ଓଡ଼ିଶାର ଅନେକ କଳାକାର ଅଭିନୟ କରିବେ।