ଓଡ଼ିଶା 365 (ବ୍ୟୁରୋ): ବେଟିଂ ଆପ୍ ‘ଫେୟାରପ୍ଲେ’ରେ ଆଇପିଏଲ୍ ଦେଖିବାକୁ ବିଜ୍ଞାପନ କରି ଲୋକଙ୍କୁ ପ୍ରୋତ୍ସାହିତ କରିଥିବାରୁ ତାଙ୍କ ନାଁରେ ଭାଇକମ ୧୮ ନେଟ୍ୱାର୍କ ଥାନାରେ ଅଭିଯୋଗ କରିଛି। ଏହି ମାମଲାରେ ଖାଲି ବାଦଶାହା ନୁହଁନ୍ତି ତାଙ୍କ ସମେତ ୪୦ ଜଣ ବଲିଉଡ୍ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଛି ଏହି କମ୍ପାନୀ। ଏମାନଙ୍କ ମଧ୍ୟରେ ସଞ୍ଜୟ ଦତ୍ତଙ୍କ ନାଁ ମଧ୍ୟ ଜଡିତ ରହିଛି ।
ସୂଚନା ଅନୁସାରେ, ଭାଇକମ ୧୮ ପାଖରେ ଆଇପିଏଲ୍ ଦେଖାଇବାର ଅଧିକାର ରହିଥିଲା। ହେଲେ କଳାକାରମାନେ ‘ଫେୟାରପ୍ଲେ ଆପ୍’ରେ ଆଇପିଏଲର ପ୍ରଚାର କରୁଥିଲେ ବୋଲି କମ୍ପାନୀ ଅଭିଯୋଗ କରିଛି। ଏହି ମାମଲାରେ ଡିଜିଟାଲ୍ ପାଏରେସିରେ ଏକ ମାମଲା ରୁଜୁ ହୋଇଛି। ଫେୟାରପ୍ଲେ ଆପ୍ ମହାଦେବ ଆପ୍ ସହ ମଧ୍ୟ ଜଡ଼ିତ ରହିଛି । ଯାହା ସୌରଭ ଚନ୍ଦ୍ରାର ଓ ରବୀ ଉପ୍ପଲଙ୍କ ଦ୍ୱାରା ପରିଚାଳିତ ହେଉଛି।
ସେପଟେ ପୂର୍ବରୁ ମହାଦେବ ବୁକ୍ ଆପ୍ ନାଁରେ ଆର୍ଥିକ ହେରଫେର୍ ମାମଲାକୁ ନେଇ ଅଭିଯୋଗ ରହିଛି । ଏହି ଅଭିଯୋଗରେ ବର୍ତ୍ତମାନ ଇଡି ତଦନ୍ତ କରୁଛି। ଏହିରେ ବଲିଉଡର ଅନେକ କଳାକାରଙ୍କ ନାଁ ଯୋଡି ହୋଇ ରହିଛି । ରଣବୀର କପୁର, ହୁମା କ୍ୟୁରେସୀ, କପିଲ ଶର୍ମା ଏବଂ ଶ୍ରଦ୍ଧା କପୁର, ସଞ୍ଜୟ ଦତ୍ତ, ସୁନୀଲ ଶେଟ୍ଟୀ, ଟାଇଘର ଶ୍ରଫଙ୍କ ଭଳି ଅନେକ ସେଲିବ୍ରିଟି ଏହି ମାମଲାରେ ଫସି ରହିଛନ୍ତି । ବର୍ତ୍ତମାନ ଇଡି ସମସ୍ତଙ୍କୁ ସ୍କାନରରେ ନେଇଛି। ଯାହା ବଲିଉଡ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।