ଓଡ଼ିଶା 365 (ବ୍ୟୁରୋ): ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ଆତଙ୍କ ଖେଳାଇଛି ମଣିଷଖିଆ ବାଘ । ଗତକାଲି ସନ୍ଧ୍ୟାରେ କଟିଙ୍ଗପାଣି ଗାଁରେ ଘର ପାଖରେ ଖେଳୁଥିବା ୮ ବର୍ଷର ନାବାଳକକୁ ଝାମ୍ପି ନେଇଥିବାବେଳେ ରାତିରେ ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗାଈକୁ ମାରି ଖାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଘରୁ ପଦାକୁ ଯିବାକୁ ଭୟ କରୁଛନ୍ତି। ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚିଛନ୍ତି ବାଘକୁ କାବୁ କରିବାକୁ ଯୋଜନନା ଚଳାଇଛି।
କହିରଖୁ କି, ଗତକାଲି ସନ୍ଧ୍ୟାରେ ଗୋଧସପଡ଼ାର ୮ ବର୍ଷୀୟ ଡମ୍ବରୁଧର ଧରୁଆ ଘର ପାଖରେ ଖେଳୁଥିଲା। ଏହି ସମୟରେ କଲରାପତରିଆ ବାଘ ତାକୁ ଝାମ୍ପି ନେଇ ସୁନାବେଡ଼ା ଅଭୟାରଣ୍ୟ ଆଡ଼କୁ ପଳାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତର ଏକ ଗୁମ୍ଫାରୁ ପିଲାଟିକୁ ବାଘଠୁ ଉଦ୍ଧାର କରି ଘରକୁ ଆଣିଥିଲେ। ଘରେ ନାବାଳକର ମୃତ୍ୟୁ ଘଟିଥିଲା। ରାତିରେ ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗୋଟା ଗାଈକୁ ମାରି ଖାଇଛି ବାଘ।