ଓଡ଼ିଶା 365 (ବ୍ୟୁରୋ) : ବିଶ୍ୱକପ୍ ୨୦୨୩ରେ ସେମିଫାଇନାଲ୍ ଖେଳିବା ଆଶା ରଖିଥିବା ଦୁଇଟି ଦଳ ପାକିସ୍ତାନ ଓ ବାଂଲାଦେଶ କଲିକତାର ଇଡେନ୍ ଗାର୍ଡେନ୍ସରେ ମଙ୍ଗଳବାର ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। ତେବେ ସେମି ରାସ୍ତାରେ ଆଗକୁ ଯିବାକୁ ହେଲେ , ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ରେ ବିଜୟୀ ଜରୁରୀ । ବିଶେଷକରି ପାକିସ୍ତାନ ଟିମ୍ ଯଦି ଆଜିର ମ୍ୟାଚ୍ରେ ପରାସ୍ତ ହେଉଛି । ତେବେ ବିଶ୍ୱକପ୍ର ସେମି ରେସ୍ରୁ ଆଉଟ୍ ହୋଇଯିବ ଦଳ। ପାକିସ୍ତାନ ଟିମ୍ ବର୍ତ୍ତମାନ ସୁଦ୍ଧା ବିଶ୍ୱକପ୍ ୨୦୨୩ରେ ୬ଟି ମୁକାବିଲା ଖେଳିଛି ସେଥିରୁ ୨ଟିରେ ବିଜୟୀ, ୪ଟିରେ ଦଳକୁ ପରାଜିତ ହୋଇଛି ।
ବାଂଲାଦେଶ ଲଗାତାର ୫ ପରାଜୟର ସାମ୍ନା କରିବା ପରେ କଲିକାତାରେ ବିଜୟ ଧାରାକୁ ଫେରିବାକୁ ଦଳ ଲକ୍ଷ୍ୟ ରଖିଛନ୍ତି । ଆଜିର ମ୍ୟାଚରେ ବାଂଲାଦେଶ ପରାଜିତ ହେଲେ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବ। ବାଂଲୋଦେଶ ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ହରାଇଥିଲେ ମଧ୍ୟ ଏହାପରଠୁ ଆଉ ବିଜୟ ଲାଭ କରନାହିଁ। ପାକିସ୍ତାନ ମଧ୍ୟ ପ୍ରଥମ ଦୁଇ ମ୍ୟାଚ୍ରେ ନେଦରଲାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ।
ଉଭୟ ପାକିସ୍ତାନ ଓ ବାଂଲାଦେଶ ଏବେ ୪ ପଏଣ୍ଟ ଲେଖାଏଁ ପାଇ ଷଷ୍ଠ ଓ ନବମ ସ୍ଥାନରେ ରହିଛନ୍ତି। କେବଳ ବିଜୟ ହିଁ ଉଭୟ ଦଳଙ୍କୁ ଟେବୁଲ୍ ଉପରକୁ ଉଠିବାରେ ସହାୟକ ହେବ । ଏଥିପୂର୍ବରୁ ଆନ୍ତର୍ଜାତିକ ଦିନିକିଆରେ ଏହି ଦୁଇ ଦଳ ୩୮ ଥର ଭେଟାଭେଟି ହୋଇଥିଲା ବେଳେ ପାକିସ୍ତାନ ସର୍ବାଧିକ ୩୩ ଥର ବିଜୟୀ ହୋଇଛି। କିନ୍ତୁ ଗତ ୫ ମୁକାବିଲା ମଧ୍ୟରୁ ବାଂଲାଦେଶ ୩ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି। ଆଜିର ମ୍ୟାଚ୍ ଉପରେ ରହିଛି କ୍ରିକେଟ ପ୍ରେମୀଙ୍କ ନଜର।