ଓଡ଼ିଶା 365 (ବ୍ୟୁରୋ): ଓଲିଉଡ କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦକୁ ନେଇ ଓଲିଉଡ଼ରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ତୀବ୍ର ହେଉଛି ପଛେ ସମାଡଦାନର କୌଣସି ବାଟ ବାହାରିପାରୁନାହିଁ । ଆଲୋଚନା ବଦଳରେ କେବଳ ବୟାନବାଜି ଚାଲୁଥିବାରୁ ତୀବ୍ର ହେଉଛି ଓଲିଉଡ କଳି । ଏପରି ପରିସ୍ଥିତିରେ ସୋମବାର କୋଶଲ ରାଏଜ୍ ମିଲିତ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ୧୫ ତାରିଖ କୋଶଳ ମହାବନ୍ଦ ଡାକରା ଦିଆଯାଇଛି। ସେପଟେ ୩ଜଣ ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ଏନ୍. ଜି. ରେଡ୍ଡୀ ଓ ରବୀନ୍ଦ୍ର ପଣ୍ଡା ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀ କରି ମନୋଜଙ୍କ ଆଭିମୁଖ୍ୟ ସମ୍ପର୍କରେ କହିବା ସହ ତାଙ୍କ ଉପରୁ ବାସନ୍ଦ ଉଠିବନି ବୋଲି ସ୍ପଷ୍ଟ କରିଛନ୍ତି। ଯାହା ମନୋଜଙ୍କ ଉପରେ ଭାରି ପଡିଛି ।
ଅନ୍ୟପଟେ, ଗତକାଲି ଅରିନ୍ଦମ୍ ଏହି ମାମଲାର ସମାଧାନ କରିବା ପାଇଁ ମନେଜ ମିଶ୍ରଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ । ସେ କହିଥିଲେ ଯେ, “ବହୁତ ହେଲା ଭାଈ, ଆଉ ସହି ହେଉନି । ଦୟାକରି ଏହାକୁ ଏଠି ଶେଷ କରନ୍ତୁ । ଯାହା ହୋଇଯାଇଛି ତାକୁ ଭୁଲି ଯାଆନ୍ତୁ । ଆମ ଘର କଥା ଆମେ ଦୁଇ ଭାଇ ବସି ସମାଧାନ କରିବା । ବ୍ୟକ୍ତିଗତ ବିବାଦ ଏବେ ରାଜନୀତି ରୂପ ଧରିଲାଣି ଯାହା ମୁଁ କେବେ ଭାବିନଥିଲି । ଏନେଇ ମୁଁ ବହୁତ ଦୁଃଖିତ । ଆପଣ ଆସନ୍ତୁ ନଚେତ୍ ମତେ ଡାକନ୍ତୁ । ଆମ ଭିତରେ ଯାହା ହେଇଛି ତାକୁ ଆଲୋଚନା ମାଧ୍ୟମରେ ସମାଧାନ କରିଦେବା ।“
ସୂଚନା ଅନୁଯାୟୀ, ଏକ ବିବାଦୀୟ ଭିଡିଓରୁ ଓଲିଉଡ କଳିର ଆରମ୍ଭ ହୋଇଥିଲା। ଜିତୁ ମଙ୍ଗରାଜ ବନାମ ମନୋଜ ମିଶ୍ର। କୁଆଡ଼େ ଦୁଇଜଣଙ୍କ ମଧ୍ୟରେ ଅନେକ ବିବାଦ ରହିଛି। ଯାହାର ପ୍ରଭାବ ଅରିନ୍ଦମ୍ ଓ ଅନୁଭବଙ୍କ ଅଭିନୀତ ଫିଲ୍ମ ‘ରାମ୍’ ଉପରେ ପଡ଼ିଥିଲା। ଗୋଟିଏ ପକ୍ଷରେ ଅଭିଯୋଗ ହେଲା ମନୋଜ ମିଶ୍ରଙ୍କ ପ୍ରଶଂସକ କହି, ଜିତୁ ମଙ୍ଗରାଜଙ୍କ ଅଭିନୀତ ରାମକୁ ବ୍ୟାନ କରିବାକୁ ଭିଡିଓ ବୁଲୁଥିଲା । ଯାହା ଫଳରେ ସମ୍ବଲପୁରରେ ହଲରେ ରାମ୍ ଫିଲ୍ମକୁ ଚାଲିବାକୁ ଦିଆଯାଇନଥିଲା । ଆଉ ଏହି ବିବାଦ ଭିତରକୁ ଆସିଥିଲେ ପ୍ରଯୋଜକ ଟୁଟୁ ନାୟକ। କଟକ ଭୁବନେଶ୍ୱରର କିଛି ପ୍ରଯୋଜକ ଏବଂ ବିତରକ ଏକାଠି ହୋଇ ମନୋଜ ମିଶ୍ରଙ୍କୁ ଏଥିପାଇଁ ଦାୟୀ କରି ତାଙ୍କୁ ଓଡ଼ିଆ ସିନେମାରୁ ଦୁଇ ବର୍ଷ ବ୍ୟାନ୍ କରିଥିଲେ। ଏହାକୁ ନେଇ ଚିହିଁଙ୍କି ଉଠିଥିଲେ ମନୋଜ ମିଶ୍ର।