ଓଡ଼ିଶା 365 (ବ୍ୟୁରୋ): କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତ ଜେପି ନଡ୍ଡା । ସେ ଅଭିଯୋଗ କରିଛନ୍ତି ଯେ ପିନାରାଇ ବିଜୟନ ସରକାରଙ୍କ ଆଭିମୁଖ୍ୟ ଉପରେ ନରମ ମନୋଭାବ ଯୋଗୁଁ କେରଳରେ ବୋମା ବିସ୍ଫୋରଣ ଘଟୁଛି।
ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ରାଲିରେ ନଡା କହିଛନ୍ତି, “ଯେତେବେଳେ ହମାସର ଜଣେ ନେତା କେରଳରେ ଆୟୋଜିତ ଏକ ଡିଜିଟାଲ ବୈଠକକୁ ସମ୍ବୋଧିତ କରିଥିଲେ, ସେତେବେଳେ ବାମ ସରକାର ଏକ ନିରବ ଦର୍ଶକ ରହିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିନାରାଇ ବିଜୟଙ୍କ ନେତୃତ୍ୱରେ ଭୁଲ ପରିଚାଳନା ହୋଇଛି ।
ରବିବାର (ଅକ୍ଟୋବର ୨୯) ଦିନ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଯିହୋବାଙ୍କ ସାକ୍ଷୀ ସମ୍ପ୍ରଦାୟର ଏକ ପ୍ରାର୍ଥନା ସଭା ଆୟୋଜିତ ହେଉଥିବାବେଳେ କୋଚି ନିକଟ କାଲାମାସେରୀର ଏକ ସମ୍ମିଳନୀ କେନ୍ଦ୍ରରେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି।