ଓଡ଼ିଶା 365 (ବ୍ୟୁରୋ): ସାଧାଣରତଃ କୌଣସି ବସ୍ତୁ ଉପରେ ଆଲୋକ ପ୍ରତିଫଳିତ ହୋଇ ଆମ ପାଖରେ ପଡିଲେ ଆମେ ସେହି ବସ୍ତୁକୁ ଦେଖିପାରୁ । ସେହିପରି ଯେଉଁ ବସ୍ତୁ ଯେତେ ମସୃଣ ବା ଚିକ୍କଣ ତାହା ସେତେ ଉଜ୍ଜଳ ବୋଲି ଜଣାପଡିଥାଏ । ତେବେ କେନ୍ଦ୍ରୀୟ ଆଫ୍ରିକାରେ ଏହି ପ୍ରକାର ବଣୁଆ କୋଳି ପୃଥିବୀରେ ସବୁଠାରୁ ଉଜ୍ଜଳ ବସ୍ତୁ ଭାବେ ପରିଗଣିତ ହେବା ଘଟଣା ଆଶ୍ଚର୍ୟ୍ୟ ଲାଗିଲେ ବି ସତ । ଇଥିଓପିଆ ,ମୋଜାମ୍ବିକ, ଓ ତାଞ୍ଜାନିଆ ଆଦି ଦେଶରେ ପଲ୍ଳିଆ କଣ୍ଡେନସେଟା ବା ମାର୍ବଲ କୋଲି ଭାବେ ଜଣାଶୁଣା ନୀଳରଙ୍କର କୋଳି ତାହାର ଜାଜୁଲ୍ୟମାନ ବହିର୍ଭାଗ ପାଇଁ ଲୋକପ୍ରିୟ । କେମ୍ବ୍ରଜ ବିଶ୍ୱବିଦ୍ୟାଳରେ ଦଳେ ବୈଜ୍ଞାନିକ ୧୯୭୪ ମସିହାରେ ତାଞ୍ଜୋନିଆରେ ଆଲୋକର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଚଳାଇଥିବା ବେଳେ ଏହି ମାର୍ବଲ କୋଳି ସଂସ୍ପର୍ଶରେ ଆସି ଅଭିଭୁତ ହୋଇଯାଇଥିଲେ ।
ଏପରିକି ସେମାନେ ସେହି କୋଲିକୁ ତୋଳି ତାଙ୍କ ଦେଶକୁ ନେଇଯାଇଥିଲେ । ଆଉ ଦାର୍ଘ ଦିନ ଧରି ତାହାର ଔଜ୍ଜଳ ଅକ୍ଷୁଣ୍ଣ ରହିଥିଲା । ଏହା ପଛରେ ଥିବା କାରଣ ହେଲା ଅନ୍ୟ ଜୈବ ପଦାର୍ଥ ପରି ଏହାର କୋଷରେ ଥିବା ରଙ୍ଗୀନ ପିଗମେଣ୍ଟେ ଯୋଗୁ ଏହାର ଏପରି ରଙ୍ଗଯୁକ୍ତ ହୋଇଥାଏ । ବରଂ ଏହାର କୋଷୀୟ ସଂଚାରନା ତାହା ଉପରେ ପଡୁଥିବା ଆଲୋକ ରଶ୍ମୀକୁ ଏକ ନିର୍ଦ୍ଧିଷ୍ଟ ଢଙ୍ଗରେ ପ୍ରତିଫଳିତ କରି ତାହାକୁ ଏପରି ଉଜ୍ଜଳ କରିଥାଏ ।