ଓଡ଼ିଶା 365 (ବ୍ୟୁରୋ) : ଥରେ ନୁହେଁ ଦୁଇଥର ଆସିଲାଣି ଧମକ । ହଁ ଆଜ୍ଞା ରିଲିଆନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ହତ୍ୟା ଧମକ ଆସିବା ପରେ ସୁରକ୍ଷା ଦାୟିତ୍ବକୁ କଡାକଡି କରାଯାଇଛି । ପ୍ରଥମେ ୨୦ କୋଟି ଟଙ୍କା ନଦେଲେ ଗୁଳି କରି ହତ୍ୟା କରାଯିବ ବୋଲି କୁହାଯାଇଥିବା ବେଳେ ଗୋଟିଏ ଦିନ ପରେ ଆଉ ଏକ ଧମକ ପୂର୍ଣ୍ଣ ମେଲ ଆସିଥିବା ନେଇ ସୂଚନା ରହିଛି । ୨୦୦ କୋଟି ଟଙ୍କା ଦିଅ ନହେଲେ ଗୁଳି ଚଳାଇ ହତ୍ୟା କରାଯିବ ବୋଲି କେହି ଦୁର୍ବୃତ୍ତ ଏପରି ମେଲ କରିଛି । ୨୦ ପ୍ରଥମ ମେଲ୍ର କୌଣସି ପ୍ରତିକ୍ରିୟା ନଦେବାରୁ କୋଟି ନୁହଁ ବରଂ ୨୦୦ କୋଟି ଦେବାକୁ ପଡ଼ିବ । ନଚେତ ମୃତ୍ୟୁ ସୁନିଶ୍ଚିତ ବୋଲି ଦ୍ବିତୀୟ ମେଲ୍ ଆସିଥିଲା । ଏନେଇ ପୋଲିସ କହିଛି ଯେ, ଦ୍ବିତୀୟ ମେଲ୍ରେ ୨୦ କୋଟି ଟା ୨୦୦ କୋଟି ହୋଇଛି ।
ପ୍ରଥମେ ଯେଉଁ ମେଲ୍ ଆଇଡିକୁ ଧମକପୂର୍ଣ୍ଣ ମେଲ ଆସିଥିଲା, ଦ୍ବିତୀୟ ଥର ମଧ୍ୟ ସେହି ଆଇଡିରୁ ମେଲ୍ ଆସିଛି । ତୁମେ ଆମ ମେଲ୍ର କୌଣସି ପ୍ରତିକ୍ରିୟା ଦେଲ ନାହିଁ, ତେଣୁ ଏଥିପାଇଁ ଆପଣଙ୍କୁ ଆହୁରି ଅଧିକ ଟଙ୍କା ଦେବାକୁ ପଡିବ । ୨୦ କୋଟି ନୁହଁ ବରଂ ୨୦୦ କୋଟି ଦେବାକୁ ହେବ, ନଚେତ ମୃତ୍ୟୁ ସୁନିଶ୍ଚିନ୍ତ ବୋଲି ଦ୍ବିତୀୟ ମେଲରେ ଉଲ୍ଲେଖ କରିଛି ଦୁର୍ବୃତ୍ତ । ଶୁକ୍ରବାର ଏପରି ମେଲ୍ ଆସିବା ପରେ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଆଇପିସି ଧାରା ୩୮୭ ଏବଂ ୫୦୬(୨)ରେ ଏକ ମାମଲା ରୁଜୁ ହୋଇଛି । ତେବେ କିଏ ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବାକୁ ଧମକପୂର୍ଣ୍ଣ ମେଲ ପଠାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।