ଓଡ଼ିଶା 365 (ବ୍ୟୁରୋ): ଗତ ଦଶନ୍ଧି ଦଶନ୍ଦି ଧରି ଆମ ବାୟୁ ମଣ୍ଡଳର ଓଜୋନ୍ ସ୍ତରରେ ହ୍ରାସ ହେତୁ ସୂର୍ୟ୍ୟରଶ୍ମିରେ ଆସୁଥିବା ଅତିବାଇଗେଣୀ ରଶ୍ମିର ଅପେକ୍ଷାକୃତ ବୃଦ୍ଧି ଯୋଗୁଁ ପୃଥିବୀ ତମାମ ଫୁଲ ଗୁଡ଼ିକର ରଙ୍ଗରେ ସାମାନ୍ୟ ପରିବର୍ତନ ଘଟିଥିବା ଜଣାଯାଇଛି । କ୍ଲେଂମସନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଗବେଷଣା ଅନୁଯାୟୀ,ସମୟାନୁକ୍ରମେ ଫୁଲରେ ଅତିବାଇଗଣୀ ରଶ୍ମିର ରଙ୍ଗାୟଣର ବୃଦ୍ଧି ଯୋଗୁ ଫୁଲର ପରାଗଣରେ ଅବନତି ଘଟିଚାଲିଛି ।
ସେଥିଯୋଗୁଁ ଫୁଲର ରଙ୍ଗରେ ମଧ୍ୟ ପରିବର୍ତନ ଘଟୁଛି ଯାହା ଖାଲି ଆଖିରେ ଠଉରେଇବା ସମ୍ଭବ ନୁହେଁ । ତେବେ ଏହି ରଙ୍ଗ ପରିବର୍ତନ ଯୋଗୁଁ ଫୁଲର ପରାଗଣରେ ପ୍ରମୁଖ ଭୂମିକା ନିଭାଉଥିବା ମହୁମାଛି ବା ପ୍ରଜାପତି ଗୁଡ଼ିକରେ ସ୍ୱାଭାବିକ କ୍ରିୟା ପ୍ରଭାବିତ ହୋଇଛି କାରଣ ସେମାନେ ସାଧାରଣତଃ ଫୁଲର ଉଜ୍ଜ୍ୱଳ ରଙ୍ଗ ପ୍ରତି ଆକର୍ଷିତ ହୋଇ ଆସୁଥିବା ବେଳେ ଫୁଲର ଏହି ରଙ୍ଗ ପରିବର୍ତନ ସେମାନେ କମ୍ ଆକର୍ଷିତ ହେଉଛନ୍ତି । ପରିଣତି ସ୍ୱରୂପ , ଫୁଲର ପରାଗଣ ପ୍ରଭାବିତ ହେବା ସହ ଭଛର ପ୍ରଜନନ କ୍ଷମତା କମି କମି ଯାଉଛି ।