ଓଡ଼ିଶା 365 (ବ୍ୟୁରୋ): ତୁଳସୀ ଗଣନାଟ୍ୟରେ ଖଳନାୟକ ପୀୟୁଷଙ୍କ ଜୀବନ୍ତ ଅଭିନୟ ଦେଖି ଉତକ୍ଷୀପ୍ତ ହୋଇଉଠିଲେ ଦର୍ଶକ। ଷ୍ଟେଜ୍ ଉପରକୁ ପାଣି ବୋତଲ ଓ ଜୋତା ଫିଙ୍ଗିଲେ ଦର୍ଶକ। ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଖେଳୁଥିଲା ତୁଳସୀ ଗଣନାଟ୍ୟର ଯାତ୍ରା ବେଳେ ଦେଖିବାକୁ ମିଳିଛି ଏପରି ଘଟଣା। ନାଟକ ‘ଅଧା ରାତିର ସାଥୀ’ ଦେଖିବା ପାଇଁ ଖଚାଖଚ୍ ଭିଡ ଲାଗିଥିଲା। ପ୍ରଥମେ ହୋଇଥିଲା ମେଲୋଡ଼ି। ତା’ପରେ ଧମାକାଦାର ରେକର୍ଡ ଡ୍ୟାନ୍ସ। ଡ୍ୟାନ୍ସ ପରେ ଆରମ୍ଭ ହୋଇଥିଲା ନାଟକ। ନାୟକ ଓ ନାୟିକାଙ୍କ ସଂଳାପରେ ଗୁଞ୍ଜରିତ ହେଉଥିଲା ଷ୍ଟେଜ୍। ନାଟକକୁ ଉପଭୋଗ କରୁଥିଲେ ଯାତ୍ରା ପ୍ରେମୀ। ହଠାତ୍ ଷ୍ଟେଜ୍କୁ ଆସନ୍ତି ଖଳନାୟକ ପୀୟୁଷ ତ୍ରିପାଠୀ। ତାଙ୍କ ଗୁରୁଗମ୍ଭିର ଡାଇଲଗ୍ରେ ସ୍ତବ୍ଧ ହୋଇଯାଥିଲେ ଦର୍ଶକ। ତା’ପରେ ସାମ୍ନାକୁ ଆସିଥିଲା ବହୁ ପ୍ରତିକ୍ଷୀତ ସିନ୍।
ନିଜର ଦମ୍ଦାର ଆନ୍ଦାଜରେ ଷ୍ଟେଜ୍ ଉପରେ ନିଜ ମା(ଚରିତ୍ର)କୁ ଦେଉଥିଲେ ନାନା ନିର୍ଯାତନା। ଆଉ ମାଆଙ୍କୁ ମାଡ଼ ମାରିଥିଲେ। ଗୋଇଠା ମାରିଥିଲେ। ପୀୟୁଷଙ୍କ ଜୀବନ୍ତ ଅଭିନୟରେ କ୍ରୋଧିତ ହୋଇଥିଲେ ଦର୍ଶକ। ଆଉ ପୀୟୁଷଙ୍କୁ ଲକ୍ଷ୍ୟ କରି ଫିଙ୍ଗିଥିଲେ ପାଣି ବୋତଲ। ଆଉ କିଛି ଦର୍ଶକ ଜୋତା ମଧ୍ୟ ଫିଙ୍ଗି ଥିଲେ।