ଓଡ଼ିଶା 365 (ବ୍ୟୁରୋ): ବିଭିନ୍ନ ପ୍ରକାର ଫଳ ରସ ପିଇବା ଦ୍ୱାରା ଗ୍ରହଙ୍କ ଶୁଭ ଦୃଷ୍ଟି ପଡିବା ସହ ଅନେକ ସମସ୍ୟା ଦୂର ହୋଇଥାଏ। ସ୍ୱାସ୍ଥ୍ୟର ମଧ୍ୟ ଉପକାର ହୋଇଥାଏ। ଅନେକ ପ୍ରକାର ଫଳ ଓ ପନିପରିବା ଖାଇବା ଦ୍ୱାରା ଗ୍ରହଙ୍କ ଶୁଭଫଳ ମିଳିଥାଏ। ସୂର୍ଯ୍ୟ ଯଶ, ମାନସମ୍ମାନ ଆଦିର କାରକ ଅଟନ୍ତି। ସୂର୍ଯ୍ୟଙ୍କ ନକରାତ୍ମକ ପ୍ରଭାବ ଦୂର ପାଇଁ ଓ ଶୁଭଫଳ ପାଇଁ ବିଟ୍ ,ଡ଼ାଳିମ୍ବ, ଟମାଟୋ, ଆମ୍ବ ରସର ସେବନ କରିବା ଉଚିତ। ଏହାଦ୍ୱାରା ସକରାତ୍ମକ ପ୍ରଭାବ ମିଳିଥାଏ। ଚନ୍ଦ୍ରମା ମନ, ସୌନ୍ଦର୍ଯ୍ୟ, ମାନସିକ ଶାନ୍ତିର କାରକ କୁହାଯାଏ। ଚନ୍ଦ୍ରମାଙ୍କ ଶୁଭଫଳ ପାଇଁ ଲିଚୁ, ତରଭୁଜ ଓ ଆଖୁ ରସ ପିଇବା ଆବଶ୍ୟକ।
ଡାଳିମ୍ବ, ବିଟ୍ , ଟମାଟୋ ଜୁସ ପିଇବା ଦ୍ୱାରା ମଙ୍ଗଳଙ୍କ କୁପ୍ରଭାବ ଦୂର ହୋଇ ଶୁଭଫଳ ମିଳିଥାଏ। ବୁଧ ଉତ୍ତମ ବାଣୀ, ଜ୍ଞାନର କାରକ ବୋଲି କୁହାଯାଏ। ନିୟମିତ ନାସପାତି, ଅଁଳା ଜୁସ ପିଇବା ଦ୍ୱାରା ବୁଧଙ୍କ ଶୁଭଫଳ ମିଳିଥାଏ। ଗୁରୁଙ୍କୁ ଧନ, ଜ୍ଞାନ, ଯଶର କାରକ ମଧ୍ୟ କୁହାଯାଏ। ଗୁରୁଙ୍କ ଶୁଭଫଳ ପ୍ରାପ୍ତି ପାଇଁ କଦଳୀ, ପାଚିଲା ଅମୃତଭଣ୍ଡା, କମଳା, ଆଦି ଜୁସର ସେବନ କରନ୍ତୁ। ଐଶ୍ୱର୍ଯ୍ୟ, ଧନ, ସୁଖ ସୁବିଧା ଓ ସୌନ୍ଦର୍ଯ୍ୟର ପ୍ରତୀକ ଶୁକ୍ର ଗ୍ରହ ବୋଲି କୁହାଯାଏ। ଶୁକ୍ରଙ୍କ ଶୁଭଫଳ ପାଇଁ ଲିଚୁ, ତରଭୂଜ, ମୂଳା, ଆଦିର ଜୁସ ପିଇବା ଦ୍ୱାରା ଶୁଭଫଳ ମିଳିଥାଏ। ଶନି,ରାହୁ,କେତୁଙ୍କର ଶୁଭଫଳ ପାଇଁ ବିଭିନ୍ନ କଳାରଙ୍ଗର ଫଳ,ପନିପରିବା ସହ କଳା ଅଙ୍ଗୁର ରସ ପିଅନ୍ତୁ ଏବଂ ଭଗବାନଙ୍କ ଆଶୀଷ ଲାଭ କରନ୍ତୁ ।