ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସନ୍ନି ଦେଓଲ-ଅମିଷା ପଟେଲଙ୍କ ଫିଲ୍ମ ‘ଗଦର-୨’ । ଏହାକୁ ଲୋକମାନେ ଏତେ ମାତ୍ରାରେ ଭଲପାଇବା ଦେଇଛନ୍ତି ଯେ, ଯେଉଁଥିପାଇଁ ଅନୀଲ ଶର୍ମା ଦର୍ଶକଙ୍କ ପାଇଁ ଗଦର-୩ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ସୂଚନା ମୁତାବକ, ଗଦର-୨ର ସଫଳତା ଦେଖି ଏହି ଚଳଚ୍ଚିତ୍ରର ନିର୍ମାତାମାନେ ଏହାର ତୃତୀୟ ଭାଗ ତିଆରି କରିବାକୁ ନିଷ୍ପତି ନେଇଛନ୍ତି । କୁହାଯାଉଛି ଯେ ,ହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ଏବଂ ବନାରସରେ ଏହା ସୁଟ କରାଯିବ। ଏହା ସହିତ ୧୪ ରୁ ୧୫ ଦିନ ପର୍ଯ୍ୟନ୍ତ ଫିଲ୍ମ ସୁଟିଂ ବିଭିନ୍ନ ସ୍ଥାନରେ କରାଯିବ। ଏହାର ସୁଟିଂ ନଭେମ୍ବରରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପୁଣିଥରେ ସନ୍ନି-ଅମିଶାଙ୍କ ଯୋଡିଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଏଥିରେ ମନୀଷ ୱାଧୱାଙ୍କ ପୁଅ ଭିଲେନ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ସେପଟେ ବିଶ୍ଵସ୍ତରରେ ‘ଗଦର-୨’ ୭୪୫ କୋଟି ଆୟ କରିଥିଲା ।ଏହି ଚଳଚ୍ଚିତ୍ର ସନ୍ନିଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ହୋଇପାରିଥିଲା । ‘ଗଦର-୨’ର ଏତେ ବଡ଼ ସଫଳତା ପରେ ସନ୍ନି ଦେଓଲଙ୍କ ସଫଳତାର ପାର୍ଟୀ ମଧ୍ୟ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ସଲମାନଙ୍କ ଠାରୁ ଆରମ୍ଭ କରି ଅମୀର ଖାନ୍ ଏବଂ ଶାହରୁଖ ଖାନ୍ , ସଞ୍ଜୟ ଦତ୍ତଙ୍କ ଭଳି ଅନେକ ତାରକା ଯୋଗ ଦେଇଥିଲେ । ଏହାସହ ବଲିଉଡର ଷ୍ଟାଇଲିସ୍ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ସମେତ କାଜୋଲ-ଅଜୟ ଦେବଗନ୍ , ଶିଳ୍ପା ଶେଟ୍ଟୀ, କ୍ରିତି ସାନନ,ଉତ୍କର୍ଷ ଶର୍ମା, ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନିଲ ଶର୍ମା, ଅମିଶା ପଟେଲ, ସୁନିଲ ଶେଟ୍ଟୀ, ସଞ୍ଜୟ ଦତ୍ତ, ଅନୀଲ କପୁର ଏବଂ ବିକି କୌଶଲ, ଅନୁପମ୍ ଖେର, ଅଭିଷେକ ବଚ୍ଚନଙ୍କ ଭଳି ବଡ଼ ବଡ଼ ତାରକା ସନ୍ନିଙ୍କ ‘ଗଦର ୨’ ର ସଫଳ ପାର୍ଟିରେ ଯୋଗ ଦେଇଥିଲେ। । ତେବେ ୨୦୨୪ ମସିହାରେ ଗଦର-୩ ର ଅଫିସିଆଲ ଘୋଷଣା କରାଯିବ। ଏବଂ ଫିଲ୍ମର ରିଲିଜ ଅଗଷ୍ଟ ୨୦୨୫ରେ ହେବ ବୋଲି ସୂଚନା ମିଳିଛି ।