ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ଦୀପାବଳି ଦିନ କିଛି ଏପରି କରିବା ଦ୍ୱାରା ଘରେ ହୋଇଥାଏ ଧନର ବର୍ଷା । ହଁ ଆଜ୍ଞା ସାଧାରଣତଃ ଏହିଦିନ କେହି କିଛିନା କିଛି ସୁନା କଣିଥାନ୍ତି ତ ଆଉ କେହି କେହି ଘରର କିଛି ଆସବାପତ୍ର କିଣିଥାନ୍ତି । କାରଣ ଏହିଦିନ ଘରକୁ କିଛି ନୂଆ ଜିନିଷ ଆଣିବା ଶୁଭ ମନାଯାଇଥାଏ । କିନ୍ତୁ ଆପଣ ଜାଣନ୍ତିକି ପୂଜାର କିଛି ବିଧି ରହିଛି ଯାହାକୁ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଘରେ ଧନଧ୍ୟାନ ବୃଦ୍ଧି ହେବ । ଚଳିତ ବର୍ଷ ୧୨ ନଭେମ୍ବରରେ ଦୀପାବଳି ପାଳନ ହେବ । ତେବେ ଜାଣନ୍ତୁ ଉପାୟ ବିଷୟରେ । ଦୀପାବଳି ଦିନ ୧୧ ଟି କଉଡି ନେଇ ତାହାକୁ ଲାଲ କପଡାରେ ବାନ୍ଧି ଏହାକୁ ଆପଣ ଆଲମାରୀ ଲକରେ ରଖନ୍ତୁ , ଏହା ଫଳରେ ଆପଣଙ୍କ ଧନ ବୃଦ୍ଧି ହେବ । ଦୀପାବଳି ଦିନ ଲକ୍ଷ୍ମୀ ଓ ଗଣେଶ ଭଗବବାନଙ୍କ ଚିତ୍ର ଥିବା ରୂପା କଏନ ଆଣି ପୂଜା କରନ୍ତୁ । ଏହାକୁ ନିଜ ପାଖରେ ରଖନ୍ତୁ । ଏହା ଛଡା ମୁଖ୍ୟଦ୍ୱାରା ଆଲମାରୀ ସମ୍ନାରେ ଏବଂ ଆଲମାରି ସାମ୍ନାରେ ଏହା ଛଡା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସାମ୍ନାରେ ଦୀପ ଜଳାନ୍ତୁ ।
ଦୀପାବଳି ରେ ଦୀପରେ ୫ ଟି କର୍ପୂର ପକାଇ ଜଳାଇ ତାହାକୁ ଘର ସାରା ବୁଲାନ୍ତୁ ଫଳରେ ନକାରତ୍ମକ ଶକ୍ତି ଦୂର ହେବ । ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଦୀପାବଳି ପୂଜା ସମୟରେ ଘରେ କଳସ ସ୍ଥାପନା କରନ୍ତୁ ଏହା ସମ୍ନାରେ ଦୀପ ମଧ୍ୟ ଲଗାନ୍ତୁ ଫଳରେ ଧନ ବୃଦ୍ଧି ହେବ । କଳସରେ ଆମ୍ବ ପତ୍ର ଏବଂ ନଡିଆ ରଖନ୍ତୁ । ଦୀପାବଳି ଦିନ ଶ୍ରୀ ଯନ୍ତ୍ରର ସ୍ଥାପନା କରନ୍ତୁ ଯେଉଁଥିରେ ଲକ୍ଷ୍ମୀ ଏବଂ ଗଣେଶ ଥିବେ । ଏହା ପରେ ଏହି ଶ୍ରୀ ଯନ୍ତ୍ରର ପୂଜା ମଧ୍ୟ କରନ୍ତୁ । ଦୀପାବଳି ଦିନ ୫ କିମ୍ବା ୭ ଛୋଟ ଛୋଟ କଳସରେ ଚାଉଳ ଭରି ରଖନ୍ତୁ । ଦୀପାବଳି ପରଦିନ ଏହାକୁ ଦାନ କରନ୍ତୁ । ଦୀପାବଳି ଦିନ ୫ ଟି ପାନ ପତ୍ରରେ ୫ ଟି ଲବଙ୍ଗ ଲଗାନ୍ତୁ ଏହା ପରେ ଏହାକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏହା ପରେ ଏହାକୁ ଘରର ଦକ୍ଷିଣ ଦିଗରେ ଏହାକୁ ବାନ୍ଧନ୍ତୁ ।