ଓଡ଼ିଶା 365 (ବ୍ୟୁରୋ): ଚକାଫାଟିବାରୁ ଭାରସାମ୍ୟ ହରାଇ ବିଲକୁ ପଶିଗଲା ସରକାରୀ ବସ୍। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ଫଳରେ ଏଥିରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।
ସୂଚନାଯୋଗ୍ୟା, ଆଜି ସକାଳେ ଯାତ୍ରୀବାହୀ ବସ୍ ଟି ଯାତ୍ରୀ ମାନଙ୍କୁ ନେଇ ବରଗଡରୁ ନବରଙ୍ଗପୁରକୁ ଯାଉଥିବାବେଳେ ହଠାତ୍ ବସଟିର ଚକା ଫାଟି ଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଯାଇଥିଲା । ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି