ଓଡ଼ିଶା 365 (ବ୍ୟୁରୋ): ବିଶାଖାପାଟଣା-ରାୟଗଡା ପାସେଞର ଟ୍ରେନ ଓ ପଲାସା– ବିଶାଖାପାଟଣାମ୍ ପାସେ଼ଞର ଟ୍ରେନ୍ ମଧ୍ୟରେ ଆନ୍ଧ୍ରପ୍ରଦେଶର କାଣ୍ଟାକାପଲ୍ଲୀ ନିକଟରେ ଦୁର୍ଘଟଣା ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ସୂଚନାମିଳିଛି । ଟ୍ରାକ ଉପରେ ବଗି ପଡି ରହିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣା ପରେ ରେଳବାଇ ପକ୍ଷରୁଏହି ରୁଟରେ ଆସିବାକୁ ଥିବା ୪୫ଟି ଟ୍ରେନକୁ ବାତିଲ କରାଯାଇଛି । ସେହିଭଳି ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ୨୬ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୬ଟି ଟ୍ରେନର ସମୟ ପରିବର୍ତ୍ତନ କରିଯାଇଛି । ଦୁର୍ଘଟଣା ପରେ ଏବେ ବି ଦୁର୍ଘଟଣାଗ୍ରସ୍ତ ଟ୍ରେନର ବଗି ଭିତରେ ରହିଛି ମୃତଦେହ । ମୃତଦେହ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।
ସେପଟେ ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ପରେ ଟ୍ରାକ୍ ମରାମତି କାମ ଜୋରଦାର ଲାଗିଛି । ସୋମବାର ଅପରାହ୍ଣ ୪ଟା ସୁଦ୍ଧା ସମସ୍ତ ମରାମତି କାର୍ଯ୍ୟ ଶେଷ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।