ଓଡ଼ିଶା 365 (ବ୍ୟୁରୋ) : ବିଶ୍ୱକପ୍ ୨୦୨୩ରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତ, ଉଡାଉଛି ପ୍ରତିପକ୍ଷ ଟିମ୍ ର ନିଦ। ଦୀର୍ଘ ୨୦ ବର୍ଷ ପରେ ବିଶ୍ୱକପ୍ରେ ଇଂଲଣ୍ଡକୁ ୧୦୦ ରନରେ ହରାଇ ପ୍ରତିଶୋଧ ନେଇଛି ଭାରତ। ଶାମି-ବୁମରାଙ୍କ ଘାତକ ବୋଲିଂ ସାଙ୍ଗକୁ ଅଧିନାୟକ ରୋହିତ ଶର୍ମାଙ୍କ ୮୭ ରନ୍ ର ଜବରଦସ୍ତ ପାରି ବଳରେ ଧରାଶାୟୀ ହୋଇଛି ଇଂଲଣ୍ଡ, ଲଗାତାର ଷଷ୍ଠ ବିଜୟ ସହ ସେମିଫାଇନାଲ ନିକଟତର ହୋଇଛି ଭାରତ। ଲଗାତାର ୬ଟି ମ୍ୟାଚ୍ ଜିତି ରୋହିତ ବାହିନୀ ପଏଣ୍ଟ ଟେବୁଲରେ ୧୨ପଏଣ୍ଟ ସହ ଶୀର୍ଷରେ ସ୍ଥାନରେ ରହିଛି। ଭାରତ ବିଜୟ ପଛରେ ରହିଛି ରୋହିତ୍ ଶର୍ମାଙ୍କ ଅନେକ ରେକର୍ଡ। ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ୍ ଛୁଇଁଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ବିପକ୍ଷରେ ୪୮ ରନ୍ ସ୍କୋର କରିବା ପରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଏହାସହ ନିଜ ଅଧିନାୟକତ୍ୱରେ ସେ ୧୦୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଛକା ମାରିବାରେ ଆଗରେ ରହିଛନ୍ତି ରେକର୍ଡ ମ୍ୟାନ୍ ରୋହିତ୍ ।
ଦିନିକିଆରେ ୧୮ ହଜାର ରନ୍ର କ୍ଲବରେ ରୋହିତ ଶର୍ମା ଭାରତର ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବେ ଯୋଡ଼ି ହୋଇଛନ୍ତି । ଏହି କୀର୍ତ୍ତିମାନ ପ୍ରଥମେ ସଚିନ ତେନ୍ଦୁଲକର କରିଥିଲେ । ଏହା ପରେ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି ଆନ୍ତର୍ଜାତୀୟ ଦିନିକିଆରେ ୧୮ ହଜାର ରନ୍ କରିଥିଲେ। ରୋହିତ ୪୭୭ ଇନିଂସରେ ୧୮ ହଜାର ରନ୍ ସ୍କୋର କରିବାରେ ରୋହିତ ଶର୍ମା ଏହି ସଫଳତା ହାସଲ କରିଛନ୍ତି। ଦିନିକିଆ ଫର୍ମାଟରେ ରୋହିତ ଶର୍ମା ୧୦୪୭୦ ରନ୍ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ଟେଷ୍ଟ ୩୬୭୭ ଓ ଟି-ଟ୍ୱେଣ୍ଟି ଫର୍ମାଟରେ ୩୮୫୩ ରୋହିତ ଶର୍ମା ରନ୍ କରିଛନ୍ତି। ଏହା ବ୍ୟତୀତ ରୋହିତ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪୫ଟି ଶତକ ହାସଲ କରିଛନ୍ତି। ୯୮ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି ଶର୍ମା। ରୋହିତ ୨୫୭ ଦିନିକିଆରେ ୨୪୯ ମ୍ୟାଚ୍ ଖେଳି ୩୧ ଶତକ ହାସଲ କରିଛନ୍ତି। ଟେଷ୍ଟ ଫର୍ମାଟ୍ରେ ୧୦ ଶତକ ଓ ଗୋଟିଏ ଦ୍ୱିଶତକ ହାସଲ କରିଛନ୍ତି। ସେହିପରି ଟି-ଟ୍ୱେଣ୍ଟି ଫର୍ମାଟରେ ୪ଟି ଶତକ ହାସଲ କରିଛନ୍ତି। ବିଶ୍ୱକପ୍ ସାରା ରୋହିତଙ୍କ ବ୍ୟାଟ୍ ଏଭଳି ଗର୍ଜୁ ଥାଉ ବୋଲି କ୍ରିକେଟ୍ ପ୍ରଶଂସକ ଆଶା ରଖିଛନ୍ତି ।